କୋଣାର୍କ : ରାଜ୍ୟ ସରକାରଙ୍କ ଆଦେଶରେ ପୁରୀ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ବିଶ୍ଵପର୍ଯ୍ୟଟନସ୍ଥଳୀ କୋଣାର୍କରେ ପର୍ଯ୍ୟଟଙ୍କ ସୁବିଧା ଓ ସେମାନଙ୍କୁ କୋଣାର୍କରେ ଦୀର୍ଘ ସମୟ ଧରି ବାନ୍ଧିରଖୀବା ପାଇଁ ଏହାର ଚତୁରୁ ପାର୍ଶ୍ୱ ସୌନ୍ଦର୍ଯ୍ୟ କରଣ କରିବାକୁ ଯୋଜନା କରାଯାଇଛି।ଏହି କାର୍ଯ୍ୟକୁ ବାସ୍ତବରେ ରୂପଦେବାକୁ ରାଜ୍ୟସରକାରଙ୍କ ଓଡିଶା ବ୍ରିଜି କଂଷ୍ଟ୍ରସନ କର୍ପୋରେଶନ ହାତକୁ କାର୍ଯ୍ୟଭାର ନେଇଥିବା ଜଣାପଡିଛି।
ସେଥିପାଇଁ ଆବଶ୍ୟକୀୟ ଜମିପାଇଁ ଚତୁରପାର୍ଶ୍ୱର ଜବର ଦଖଲକାରୀ ଙ୍କର ସ୍ତାନୀୟ ପ୍ରଶାସନ ଦ୍ବାରା ତାଲିକା ପ୍ରସ୍ତୁତି କରାଯାଉଛି।ଯାହାକୁ ନେଇ ଦୀର୍ଘ ଦିନରୁ ନିଜ ପରିବାର ପ୍ରତିପୋଷଣ କରିବାକୁ ଜବର ଦଖଲ କରି ବ୍ୟବସାୟ କରୁଥିବା ଦୋକାନୀ ମାନଙ୍କ ମଧ୍ୟରେ ଛନକା ପଶିଛି।ସେମାନେ କୋଣାର୍କ ସୌନ୍ଦର୍ଯ୍ୟ କରଣ କୁ ସ୍ୱାଗତ କରୁଥିଲେ ବି ସେମାନଙ୍କୁ ଉଚ୍ଛେଦ ପୂର୍ବରୁ ଉପଯୁକ୍ତ ଥଇଥାନ ପାଇଁ ସେମାନେ ରାଜ୍ୟସରକାର, ୫ଟିସଚିବ ଓ ବିଶେଷକରି ପୁରୀଜିଲ୍ଲା ପ୍ରଶାସନଙ୍କୁ ଗୁହାରି କରିଛନ୍ତି।
ଏହିପ୍ରରିପ୍ରେକ୍ଷୀରେ ନବଗ୍ରହ ସାମ୍ମାନରେ ଥିବା ହସ୍ତଳ୍ପୀପ ବ୍ୟବସାୟୀ ମାନେ ଶନିବାର ଦିନ ସ୍ତାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକାଠି ହୋଇ ଜିଲ୍ଲାପ୍ରଶାସନ ସେମାନଙ୍କୁ ବ୍ୟବସାୟ କରିବାକୁ ଉଚିତ ଜମି ଯୋଗାଇଦେବାକୁ ସେମାନେ ପ୍ରଶାସନକୁ ନିବେଦନ କରିଛନ୍ତି। ବ୍ୟବସାୟୀ ସଙ୍ଘ ର ଉପଦେଷ୍ଟା ମନୋରଞ୍ଜନ ପରିଡା ସଭାପତି ଲଷ୍ମୀଧର ସ୍ବାଇଁ ଓ ସମ୍ପାଦକ ସନ୍ତୋଷ କୁମାର ବେହେରା ପ୍ରମୁଖ ବ୍ୟବସାୟୀମାନଙ୍କ ସହ ସାମିଲି ହୋଇ ତାଙ୍କୁ ଉଚ୍ଛେଦ ପୂର୍ବରୁ ଯଥାବିଧି ଭେଣ୍ଡିଙ୍ଗି ଜୋନ ଦ୍ଵାରା ଉପଯୁକ୍ତ ସ୍ଥାନରେ ଥଇଥାନ ପାଇଁ ସରକାରଙ୍କ ପାଖରେ ଦାବିକରିଛନ୍ତି।