Odisha news

କୋଣାର୍କ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟ ପାଇଁ ଜବରଦଖଲକାରି ଙ୍କ ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ

0

କୋଣାର୍କ : ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ରେ ବୁଧବାର ଦିନ ରାଜସ୍ବ ବିଭାଗ ଓ କୋଣାର୍କ ଏନଏସି କର୍ତ୍ତୁପକ୍ଷଙ୍କ ପକ୍ଷରୁ  ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର  ସ୍ଥିତି ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ ହୋଇଛି ।

ପ୍ରାଥମିକ ପଯ୍ୟାୟରେ ସରକାରୀ ଜମିକୁ ଜବରଦଖଲ କରି ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ିଥିବା ଲୋକଙ୍କ ତାଲିକା ପ୍ରସ୍ତୁତି କରାଯାଇଛି। ସ୍ଥାନୀୟ ତହସିଲଦାର ପୃଥିବୀରାଜ ମଣ୍ଡଳ ଓ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସଙ୍କ ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ସ୍ଥିତି ଅନୁଧ୍ୟାନ ପ୍ରକ୍ରିୟାରେ କୋଣାର୍କ ରାଜସ୍ବ ନିରୀକ୍ଷକ ସତ୍ୟବାଦୀ ଚିନ୍ନରା ଓ କୋଣାର୍କ ଏନଏସି   ଅଧିକାରୀ ଶୁଭଲକ୍ଷ୍ମୀ ହୋତା ଙ୍କ ସମେତ ଏନଏସି ଓ ରାଜସ୍ବ ବିଭାଗର ଅନ୍ୟ କର୍ମକର୍ତ୍ତା ମାନେ ସାମିଲ ରହିଛନ୍ତି ।କୋଣାର୍କର ଲାବଣ୍ୟଛକରୁ ଏହି ସ୍ଥିତି ଅନୁଧ୍ୟାନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ପ୍ରଥମ ଦିନରେ ଏକାଧିକ ବାସଗୃହ , ବ୍ୟବସାୟିକ ପ୍ରତିଷ୍ଠାନ ସରକାରୀ ଜମିରେ ଜବରଦଖଲ ଥିବାର ସୂଚନା ମିଳିଛି ।ଫଳରେ ଉକ୍ତ ଜମିରେ ଥିବା ଲୋକମାନେ ଏକପ୍ରକାର ବିସ୍ଥାପିତ ହେବାର ଆଶଙ୍କା ଦେଖା ଦେଇଛି ।ଏଠାରେ ସୂଚନା ଥାଉକି ଜୁଲାଇ ୩୧ ତାରିଖରେ  ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ ଙ୍କ ସମେତ ପର୍ଯ୍ୟଟନ ବିଭାଗର

ନିର୍ଦ୍ଦେଶକ , ବନବିଭାଗ ,ରାଜସ୍ବ ବିଭାଗର  ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ କୋଣାର୍କ ପରିଦର୍ଶନ କରି କୋଣାର୍କ ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ର ସ୍ଥିତି ଅନୁଧ୍ୟାନ କରିଥିଲେ ।   କୋଣାର୍କ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟ ଓଡ଼ିଶା ବ୍ରିଜି କଂଷ୍ଟ୍ରସନ କର୍ପୋରେସନ (ଓବିସିସି) ହାତକୁ ନେଇଛି।।ଚଳିତ ମାସ ୬ ତାରିଖରେ (ଓବିସିସି) ଏକ ଉଚ୍ଚ ପ୍ରତିନିଧୀଦଲ କୋଣାର୍କ ଗ୍ରସ୍ତକରି ଭିତ୍ତିଭୂମି ତଦାରଖ କରିଥିଲେ।

Leave A Reply