Odisha news

କୋଣାର୍କ ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ କାର୍ଯ୍ୟପାଇଁ ଓବିସିସିର ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କ କ୍ଷେତ୍ର ପରିଦର୍ଶନ।

0

କୋଣାର୍କ  : ବିଶ୍ଵପର୍ଯ୍ୟଟନ ସ୍ଥଳୀ କୋଣାର୍କକୁ ଏକ ବିଶ୍ୱ ସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆ ଯିବ।ଫଳରେ ଏଠାକୁ ପ୍ରତିଦିନ ଅଧିକରୁ ଅଧିକ ମାତ୍ରାରେ ପର୍ଯ୍ୟଟକଙ୍କ ସମାଗମ ହେବ। ଏବଂ ଉକ୍ତ ପର୍ଯ୍ୟଟନ ସ୍ଥଳି କୁ ଅତ୍ୟାଧୁ ନିକ ଜ୍ଞାନ କୋୖଶଳ ଉପଯୋଗ କରାଯାଇ ଏହାକୁ ନିର୍ମାଣ କରାଯିବ ଯାହାକୁ ନେଇ ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ ତାଙ୍କର ଉଦ୍ୟମ ଜାରିରଖିଛନ୍ତି।ଏହାର ପାରିପାର୍ଶ୍ୱକ ଉନ୍ନତି କିଭଳି ହେବ ତାହାର କାର୍ଯ୍ୟଭାର ଓଡିଶା ବ୍ରିଜି କଂନଷ୍ଟ୍ରସନ କରର୍ପୋରେସନ(ଓଵିସିସି)କୁ ହସ୍ତାନ୍ତର କରିଥିବା ଜଣା ପଡିଛି।ଯେଉଁଥି ପାଇଁ ଓବିସିସି ର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳୀ ଗୁରୁବାର ପୂର୍ବାହ୍ନରେ କୋଣାର୍କ ରେ ପହଞ୍ଚି ମନ୍ଦିର ଚତୁରପାର୍ଶ୍ୱରେହେବାକୁ ଥିବାସୌନ୍ଦଯ୍ୟକରଣ  ର ଭିତ୍ତିଭୁମିକୁ ଦେଖିବା ସହ ଅଂଚଳ ବୁଲି କ୍ଷେତ୍ର ପରିଦର୍ଶନ କରିଥିଲେ।

ଯୋଜନା ମୁତାବକ ପ୍ରଥମ ପର୍ଯ୍ୟାୟରେ କୋଣାର୍କ ମନ୍ଦିର ଠାରୁ ପ୍ରାୟ ତହ ୩୦୦ ମିଟର ପରିଧି ଭିତରେ ଥିବାଜଗା କୁ ଉନ୍ନତି କରଣ କରାଯିବ ଏବଂ ଏହି ଜାଗାରେ ରହିଥିବା ସ୍ତାୟୀ ଓ ଅସ୍ଥାୟୀ ଗୃହକୁ ଉଛେଦ କରାଯାଇ ସେମାନଙ୍କୁ ଉଛିତ କାଗଜ ଓ ରେକର୍ଡ ଅନୁଯାଇ କମ୍ପାନୀ ସେକ୍ସନ ଦିଆଯାଇ ସେମାନଙ୍କୁ ଥଇଥାନ କରାଯିବା ପାଇଁ ଯୋଜନା ପ୍ରସ୍ତୁତି କରାଯାଉଛି। ମନ୍ଦିରକୁ ସଲଙ୍ଘ। କରି ଉକ୍ତ ଜାଗାର ଚତୁରପାର୍ଶ୍ୱ  ପାଚେରୀ ନିର୍ମାଣ କରାଯିବ ଯାହା ଦ୍ଵାରା ମନ୍ଦିର ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ମନ୍ଦିର ବୁଲିବା ସହ ବାଖ୍ୟାନ କେନ୍ଦ୍ର, ଅର୍ବାନହାଟ ଓ ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ ପାର୍କ ରେ ଅଧିକ ସମୟ ଅତିବାହିତ କରିପାରିବେ ଏହା ଦ୍ଵାରା ପର୍ଯ୍ୟଟକ ମାନେ କୋଣାର୍କରେ ଅଧିକ ସମୟ ଧରି ରହିପାରିବେ। ବିସ୍ଥାପିତ ହେବାକୁଥିବା ସମସ୍ତ ବ୍ୟବସାୟୀ ମାନ ଙ୍କୁ ଭେଣ୍ଡିଙ୍ଗୀ ଜୋନ କରାଯାଇ ବ୍ୟବସାୟ କରିବାକୁ ଦିଆଯିବ ବୋଲି ଜଣାପଡିଛି।

ଏହି ପ୍ରତିନିଧିମଣ୍ଡଳୀ କୋଣାର୍କ ରିଂ ରୋଡ଼ ଆଇଓସିଏଲର ପାର୍କିଙ୍ଗି ସ୍ଥଳ ଅନୁଧ୍ୟାନ କରିଥିଲେ।ଏଠାରେ ସୂଚନା ଥାଉକି ଗତ ଜୁଲାଇ ୩୧ତାରିଖ ଦିନ ପୁରୀ ଜିଲ୍ଲାପାଳଙ୍କ ସହ ପର୍ଯ୍ୟଟନ ସଚିବ ସଚିନ ରାମଚନ୍ଦ୍ର ଯାଦବ ଓ ଅନ୍ୟାନ୍ୟ ଅଧିକାରୀ ମାନେ କୋଣାର୍କ ଆସି ଉନ୍ନତି କରଣ ହେବାକୁ ଥିବା ସମସ୍ତ ଭିତ୍ତିଭୂମି ଓ ନକ୍ସା କୁ ଦେଖିକରି ଗଲାପରେ ଗୁରୁବାର ଦିନ ଓବିସିସି ର ମୁଖ୍ୟ  ଯନ୍ତ୍ରୀ ଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ କୋଣାର୍କ ଆସିଥିଲେ।ଓଡିଶା ସରକାରଙ୍କ ଓବିସିସି ବର୍ତ୍ତମାନ ପୁରୀର ଜଗନ୍ନାଥ ମନ୍ଦିର ର ଚତୁରପାର୍ଶ୍ୱ ଉନ୍ନତି କରଣ କାର୍ଯ୍ୟ ଚାଲୁରଖିଛି।ତାଙ୍କର ଏହି ଗ୍ରସ୍ତ ସମୟରେ ଗୋପ ତହସିଲଦାର ପୃଥୀବିରାଜ ମଣ୍ଡଳ, କୋଣାର୍କ ରାଜସ୍ଵ ଅଧିକାରୀ ସତ୍ୟବାଦୀ ଚିନ୍ନରା ଓ କୋଣାର୍କ ଏନଏସିର ନୋଡାଲ ଅଫିସର ଭାଗିରଥି ବରାଳ ପ୍ରମୁଖ ଉପସ୍ଥିତ ହୋଇ ଭିତ୍ତିଭୁମି ଦେଖାଇଥିଲେ।

Leave A Reply