କୋଣାର୍କ : ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟମଣ୍ଡପରେ ପାଞ୍ଚଦିନ ଧରି ଆୟୋଜିତ ହୋଇଥିବା ଝୁଲଣ ଉତ୍ସଵ ସୋମବାର ସଂଧ୍ୟା ରେ ନାଟ୍ୟମଣ୍ଡପରୁ ଫସେବୁକ ଲାଇଭି ମାଧ୍ୟମରେ ଉଦଯାପିତ ହୋଇଯାଇଛି।ଏହି ପାଞ୍ଚଦିନ ବ୍ୟାପି ସମସ୍ତ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା କଳାକାରମାନେ ନିଜନିଜ ଘରେ ରହି ଫେସବୁକ ଲାଇଭି ରେ ନିଜର କଳାକୃତି ପ୍ରଦଶନ କରିଥିଲେ।ନାଟ୍ୟମଣ୍ଡପ ପରିସରରେ ସୁସଜିତ ଝୁଲାରେ ଆରୁଢ଼ ରାଧା କୃଷ୍ଣଙ୍କ ଯୁଗଳ ମୃତ୍ତିଙ୍କୁ ପୂଜା ଅର୍ପଣ କରି ଗୁରୁ ଜୟ କୃଷ୍ଣ ନାୟକ ଓଡିଶୀ ସଂଗୀତ ନିବେଦନ କରିଥିଲେ।
ପରେ ପରେ ଭାରତ ବର୍ଷର ପ୍ରତିଭା ଧାରୀ ଶିଳ୍ପୀମାନେ ସଙ୍ଗୀତ ଓ ନୃତ୍ୟ ନିଜ ଘରେ ରହି ବାଢିଥିଲେ।ବାଣାରାଶିରୁ ଶିଳ୍ପୀ ଶ୍ରୁତିଶୀଲ ଉଦ୍ଧବ ହିନ୍ଦୁସ୍ତାନୀ ତବଲା ବାଦନ ରେ ତିନତାଲ ପ୍ରସ୍ତୁତ କରିଥିଲେ।କେରଳର ପ୍ରତିଭା ଶିଳ୍ପୀ ସି.ଏନ.କ୍ରିଷ୍ଟନ ଶାସ୍ତ୍ରୀୟ କଥାକଲି ନୃତ୍ୟରେ ଉପସ୍ଥାପନ କରିଥିଲେ ପୁତନା ମୋକ୍ଷମ ଯାହା ବେଶ ମନ ଛୁଆଁ ହୋଇ ପାରିଥିଲା।ପାଞ୍ଚଦିନ ବ୍ୟାପି ଏହି ଝୁଲଣ ଉତ୍ସବ କୁ ଫେସବୁକ ଲାଇଭି ମାଧ୍ୟମରେ ନାଟ୍ୟମଣ୍ଡପର ସହ ସମ୍ପାଦକ ଗୁରୁପଦ ବଳିୟାର ସିଂ ପରିଚାଳନା କରିଥିବାବେଳ
ଡ଼ଃ ମୃତୁଞ୍ଜୟ ରଥ ସଂଯୋଜନା କରିଥିଲେ।ପଦ୍ମଶ୍ରୀ ସଙ୍ଗୀତଞ୍ଜ ପ୍ରଫୁଲ କର ଓ ରାଜ୍ୟ ବାଣିଜ୍ୟ ପରିବହନର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ସ୍ବର୍ଗତ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନ ଙ୍କ ସୃତିରେ ଫେସବୁକ ଲାଇଭି ରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ପାଞ୍ଚଦିନ ବ୍ୟାପି ଏହି କାର୍ଯ୍ୟକ୍ରମ କୁ ନାଟ୍ୟମଣ୍ଡପରୁ ସମ୍ପାଦକ ଶିବାଶିଷ ପ୍ରଧାନ, ଗୁରୁଜୟକୃଷ୍ଣ ନାୟକ, ସଭାପତି ଖଗେଶ୍ୱର ଖଣ୍ଡାୟତ ଓ ଗଙ୍ଗାଧର ପ୍ରଧାନଙ୍କ ଧର୍ମପତ୍ନୀ ସୁଲୋଚନା ପ୍ରଧାନ ସହାୟତା ପ୍ରଦାନ କରିଥିଲେ।