Odisha news

ସନ୍ଥପୁର : ବାଣପୁର ରାସ୍ତା ପାଲଟିଛି ମରଣଯନ୍ତା , ରାସ୍ତା ମରାମତି ନାମରେ ଅର୍ଥ ତୋଷରପାତ ଅଭିଯୋଗ , ଭିଜିଲାନ୍ସ ତଦନ୍ତ ଦାବି

0

କୋଣାର୍କ,ସବ୍ୟୁ କୋଣାର୍କ- କାକଟପୁର ରାସ୍ତାର ମୁଖ୍ୟ ରାସ୍ତାରୁ ସନ୍ଥପୁର ଓ ବାଣପୁର ଗ୍ରାମକୁ ଲମ୍ବିଥିବା ରାସ୍ତା ଏବେ ମରଣ ଯନ୍ତା ପାଲଟିଛି ।ରାସ୍ତାରୁ ମେଟାଲ ଉଠି ବିଛାଡ଼ି ହୋଇ ପଡ଼ିଥିବା ବେଳେ ବିଭିନ୍ନ ସ୍ଥାନ ଖାଲଖମାରେ ଭର୍ତ୍ତି ହୋଇ ରହିଛି ।ଫଳରେ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତାରେ ଯିବା ଆସିବା କରିବା ବିପଦସଂକୁଳ ହୋଇପଡ଼ିଛି । ସବୁଦିନିଆ ଯିବାଆସିବା ରାସ୍ତା ନିର୍ମାଣ ର ଦାବି ବର୍ଷବଷଁ ଧରି ଲାଗି ରହିଥିଲେ ମଧ୍ୟ ତାହା ପୂରଣ ହୋଇପାରୁନ୍ତି ।

ଅନ୍ୟ ପକ୍ଷରୁ ଗତ ତିନିବର୍ଷ ମଧ୍ୟରେ ଏହି ରାସ୍ତା ମରାମତି ନାମରେ କୁରୁଜଙ୍ଗ ପଂଚାୟତ ର ସରପଞ୍ଚ ନିଗମାନନ୍ଦ ପରିଡ଼ା ଓ ବ୍ଳକ କର୍ତ୍ତୁପକ୍ଷ ଲକ୍ଷାଧିକ ଟଙ୍କା ମିଥ୍ୟା ବିଲ କରି ଚଳୁକରିଥିବାର ଅଭିଯୋଗ ବଢ଼ିବାରେ ଲାଗିଛି ।ଉକ୍ତ ମରାମତି କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ଦାବି ପ୍ରକାଶ ପାଇଛି । ସୂଚନା ମୁତାବକ ଐଶାନେଶ୍ବର ମହାଦେବଙ୍କ ମନ୍ଦିର ସାମ୍ନାରୁ ସନ୍ଥପୁର ଦେଇ ଭାଣପୁର ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଉପରେ ଉକ୍ତ ଦୁଇଟି ଗ୍ରାମ ସମେତ ଆଖପାଖ ପ୍ରାୟ ୫ଟି ଗ୍ରାମର ଜନସାଧାରଣ ଯାତାୟତ ପାଇଁ ନିର୍ଭରଶୀଳ ଅଟନ୍ତି ।ମାତ୍ର ଉକ୍ତ ଗ୍ରାମକୁ ଅଦ୍ୟାବଧି ଏକ ସବୁଦିନିଆ ଯିବାଆସିବା କଂକ୍ରିଟ ରାସ୍ତା ନାହିଁ ।ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ ମିଳିବା ପରେ ପ୍ରଶାସନ ପକ୍ଷରୁ ନାଲିମୋରମ ଗଣ୍ଡେ ଛିଞ୍ଚିଦିଆଯାଇଥାଏ ।ସେ ବାବଦକୁ ମଧ୍ୟ ମୋଟା ଅଂକରର ମିଥ୍ୟା ବିଲ କରାଯାଇ ଅର୍ଥ ତୋଷରପାତ କରାଯାଉଥିବାର ଅଭିଯୋଗ ଦିନକୁଦିନ ବଢ଼ିବାରେ ଲାଗିଛି ।

ଏହି ରାସ୍ତା ଏପରି ହୋଇଛି କି ଗାଁ ମଧ୍ୟକୁ ଆମ୍ବୁଲାନ୍ସ  କିମ୍ବା ଦମକଳ ଗାଡି ଜରୁରୀ ସେବା ଯୋଗାଇବା ପାଇଁ ଯାଇନପାରିବା ଭଳି ଅବସ୍ଥା ସୃଷ୍ଟି ହୋଇଛି । ଢ଼ଳେଇରାସ୍ତା ନିର୍ମାଣ ଦାବି ନେଇ ଗତ ୨୦୧୮ ମସିହା ଅଗଷ୍ଟ ୩ ତାରିଖରେ  ହଜାରହଜାର ମହିଳା , ପୁରୁଷ , ଛାତ୍ର ଓ ଯୁବକ ସମବେତ ଭାବେ ପ୍ରଶାସନକୁ ପୂର୍ବ ସୂଚନା ଦେଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆନ୍ଦୋଳନ ସମୟରେ ଉକ୍ତ ରାସ୍ତା ମରାମତି ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ରାସ୍ତା ଅବସ୍ଥା ଯାହା ଥିଲା ସେଇଆ ରହିଛି ।ଅନ୍ୟ ପକ୍ଷରେ ଉକ୍ତ ଆନ୍ଦୋଳନରେ ଯେଉଁ ୧୯ ଜଣ ଗ୍ରାମବାସୀଙ୍କ ନାମରେ ମକଦ୍ଦମା ହୋଇଥିଲା ତାହା ବଳଳବତ୍ତର ଥିବାରୁ ସେମାନଙ୍କୁ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।  ଏଦିଗରେ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେଇ ଏକ ସବୁଦିନିଆ ଢ଼ଳେଇ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।

Leave A Reply