Odisha news

୭ ବର୍ଷ ପର୍ଯ୍ୟନ୍ତ ବାକ୍ସ ଭିତରେ ବନ୍ଦକରି ରଖାଯାଇ ବଳାତ୍କାର କରାଯାଉଥିଲା : ୧୦୪ ବର୍ଷ ପାଇଁ ମିଳିଲା ସଜା

0

ନୂଆଦିଲ୍ଲୀ : ଆମେରିକାରେ ରହୁଥିବା ଜଣେ ୨୦ ବର୍ଷ ଝିଅ କୋଲିନ ଲୋକ ମାନଙ୍କ ପାଖରୁ ଲିଫ୍ଟ ନେଇ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାରେ ପହଁଚୁଥିଲା l ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ତାର ଲିଫ୍ଟ ଥିଲା ଗୋଟିଏ ମାଧ୍ୟମ l କୋଲୀନ ଦିନେ ଜଣେ ଦମ୍ପତିଙ୍କ ପାଖରୁ ଲିଫ୍ଟ ମାଗିଥିଲେ ,ଯାହା ତା ଜୀବନର ସବୁଠୁ ବଡ଼ ଭୁଲ ପ୍ରମାଣିତ ହୋଇଥିଲା l ୧୯୭୭ ରେ ଘଟିଥିବା ଏହି ଘଟଣାଟି ଅଟେ ଭୟାବହ ଥୀଲାକି ଯାହାକୁ ନେଇ ଗୋଟିଏ ଚଳଚିତ୍ର ମଧ୍ୟ ପ୍ରସ୍ତୁତ ହୋଇ ସାରିଛି ,ଯାହାର ନାମ “ଏ ଗାଲ ଇନ ଦି ବକ୍ସ”l

କୋଲିନକୁ ନିଜ ସାଙ୍ଗର ଜନ୍ମଦିନ ସମାରୋହକୁ ଯିବାର ଥିଲା ,କିନ୍ତୁ ୨୩ ବର୍ଷୀୟ କେମେରୁନ ହୁକର ଓ ତାଙ୍କ ପତ୍ନୀ ଜେନିସ ,କୋଲିନ କୁ ବେହୋସ କରିବା ପରେ ନିଜ ଘର କାର୍ଲିଫଣିଆକୁ ନେଇ ଯାଇଥିଲେ l ସେଠାରେ ଗୋଟିଏ ବାକ୍ସ ଭିତରେ ବନ୍ଦ କରି ରଖି ଦେଇଥିଲେ l ଆସନ୍ତା ୭ବର୍ଷ ପର୍ଯ୍ୟନ୍ତ କୋଲିନ ସେହି ବାକ୍ସ ଭିତରେ ବନ୍ଦ ହୋଇ ରହିଥିଲେ l ତାଙ୍କୁ ମାରପିଟ କରାଯିବ ସହିତ ବିଭିନ୍ନ ନିର୍ଯାତନା ଦିଆ ଯାଉଥିଲା ଓ ବଳାତ୍କାର କରାଯାଉଥିଲା l କୋଲିନ ଦିନରେ ୨୩ ଘଣ୍ଟା ଧରି ବାକ୍ସରେ ବନ୍ଦ ରହୁଥିଲେ ଓ ତାଙ୍କୁ କେବଳ ଯନ୍ତ୍ରଣା ଏବଂ ବଳାତ୍କାର କରିବା ପାଇଁ ବାହାର କରାଯାଉଥିଲା l

କୋଲିନଙ୍କୁ ଭୋକରେ ରଖା ଯିବା ସହିତ ତାଙ୍କ ମୁଣ୍ଡରେ ସବୁବେଳେ ପୂରା ଯାଉଥିଲା ଯେ କେମେରୁନ ଜଣେ ଭୟଙ୍କର ଲୋକ ,ତା ପାଖରୁ ଯଦି ଯିବାକୁ ଚେଷ୍ଟା କରିବ ତା ଲୋକମାନେ ତାକୁ ମାରିଦେବେ l କୋଲିଙ୍କ ପାଖରୁ ଗୋଟିଏ କଣ୍ଟ୍ରାକ୍ଟରେ ହସ୍ତାକ୍ଷର ମଧ୍ୟ କରା ଯାଇଥିଲା ,ଯେଉଁଥିରେ ଲେଖା ଯାଇଥିଲା ଜେନିସ ଓ କେମେରୁନ ତାର ମାଲିକ ଅଟନ୍ତି l ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣାଟି ହେଉଛି କୋଲିନ ଅପହରଣ ହେବାର ୩ ବର୍ଷ ପରେ ତାକୁ ତା ପିତାମାତାଙ୍କ ପାଖକୁ ନିଆ ଯାଇଥିଲା l କୋଲିନର ମୁଣ୍ଡକୁ ଏପରି କରାଯାଇଥିଲା ଯେ ସେ ତାର ପିତା ମାତାଙ୍କୁ ମଧ୍ୟ ମିଛ କହିଥିଲା l ଏହାପରେ ତାକୁ ପୁଣି ସେମାନେ ନିଜ ସହିତ ନେଇ ଆସିଥିଲେ l

ଧୀରେ ଧୀରେ ତାକୁ ବାକ୍ସ ବାହାରେ ଅଧିକ ସମୟ ବିତାଇବା ପାଇଁ ଦିଆଗଲା l ଇତି ମଧ୍ୟରେ କେମେରୁନ କୋଲିନକୁ ନିଜର ଦୁତୀୟ ପତ୍ନୀ କରିବାକୁ ଚାହିଁଲା ,ଯାହା ଦ୍ୱାରା ଜେନିସ ଅସନ୍ତୁଷ୍ଟ ହୋଇ କୋଲିନକୁ କହିଥିଲା ଯେ କେମେରୁନର କୌଣସି ସଂସ୍ଥା ନାହିଁ ଓ ସେ ତାର ଶୋଷଣ କରୁଛି l ଏହାର କିଛି ଦିନ ପରେ ଉଭୟ ଜେନିସ ଓ କୋଲିନ କେମେରୁନ ପାଖରୁ ଚାଲିଯାଇଥିଲେ l ୧୯୮୪ ରେ କୋଲିନକୁ ଜେନିସ ଗୋଟିଏ ବସ ଷ୍ଟାଣ୍ଡରେ ଛାଡି କେଉଁଆଡେ ଚାଲିଗଲା ଏହା ପରେ କୋଲିନ କେମେରୁନକୁ ଫୋନ କରିଥିଲା l ଏହି ସବୁ ଘଟଣା ପରେ ଜେନିସ ଚାହୁଁଥିଲା କୋଲିନକୁ ସେଠାରୁ ଉଦ୍ଧର କରିବାକୁ ତେଣୁ ସେ ପୋଲିସର ସହାୟତା ନେଇଥିଲା ଓ ନିଜ ସ୍ୱାମୀର ସମସ୍ତ ଘଟଣା ବିଷୟରେ କହିଥିଲା ଯାହାକୁ ଆଖି ଆଗରେ ରଖି ମାନ୍ୟବର ଅଦାଲତ କେମେରୁନଙ୍କୁ ୧୦୪ ବର୍ଷର ସଜା ଶୁଣାଇଛନ୍ତି l

Leave A Reply