Odisha news

ବିଦୁରଙ୍କ ନୀତି ଅନୁସାରେ : ନାରୀର ସମ୍ମାନ କରିବା ଦ୍ୱାରା ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ

0

ହିନ୍ଦୁ ଧର୍ମର ନୀତିଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ନାରୀ ମାନଙ୍କ ସମ୍ମାନରେ ଦେବଦେବୀଙ୍କର ଆଶୀର୍ବାଦ ଲୁଚି ରହିଛି l ଯେଉଁ ବ୍ୟକ୍ତି ନାରୀ ଶକ୍ତିର ସମ୍ମାନ କରେ ନାହିଁ ସେମାନେ ସମାଜରେ ସମ୍ମାନ ପାଇ ନଥାନ୍ତି l ବିଦୁରଙ୍କ ନୀତିରେ ମଧ୍ୟ ଏହା କୁହାଯାଇଛି l ମହାଭାରତ ଯୁଗରୁ ଭାଗବତ ଗୀତାରେ ନାରୀର ସମ୍ମାନ ଓ ପୂଜା ବିଷୟରେ ବିଶେଷ ଗୁରୁତ୍ୱ ଦିଆଯାଇଛି l ଗୀତାର ଉପଦେଶରେ ମଣିଷକୁ କିପରି ଜୀବନରେ ଶ୍ରେଷ୍ଠ କାର୍ଯ୍ୟକରି ସଫଳତା ଲାଭ କରିବା ସେ ବିଷୟରେ ବିଶେଷ ଧ୍ୟାନ ଦିଆଯାଇଛି l

ବିଦୁର ମହାଭାରତର ପ୍ରଭାବଶାଳୀ ପାତ୍ର ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି l ଏପରି କୁହାଯାଏ ଯେ ବିଦୁର ସବୁବେଳେ ସତ୍ୟ କହୁଥିବା ଯୋଗୁ ଶ୍ରୀ କୃଷ୍ଣଙ୍କର ମଧ୍ୟ ପ୍ରିୟ ଥିଲେ l

କଦାପି ଦୁର୍ବଳିଆ ବ୍ୟକ୍ତିକୁ ହଇରାଣ କରିବା ଉଚିତ ନୁହେଁ l ଯିଏ ଦୁର୍ବଳ ଲୋକଙ୍କୁ ହଇରାଣ କରେ ଅବା ତାର ଶୋଷଣ କରେ ,ସେଭଳି ବ୍ୟକ୍ତି କେବେବି ଖୁସିରେ ରହିପାରେ ନାହିଁ l ତାର ସ୍ଥାନ ନର୍କରେ ଥାଏ l

ବିଦ୍ୱାନ ମାନେ କହିଛନ୍ତି ଯେ ଶ୍ରେଷ୍ଠ ମନୁଷ୍ୟ ସିଏ ଅଟେ ଯିଏ ନାରୀଙ୍କୁ ସମ୍ମାନ କରେ l ଓ ଆଦର କରେ ତାକୁ ଆଦର ମିଳିଥାଏ l ନାରୀର ଅପମାନ କରିବା ଦ୍ୱାରା ଭଗବାନ ଅସନ୍ତୁଷ୍ଟ ହୋଇ ଥାନ୍ତି ଏବଂ ସେହି ବ୍ୟକ୍ତିଙ୍କ ପାଖରୁ ଲକ୍ଷ୍ମୀଙ୍କ କୃପା ଦୁରେଇ ଯାଏ l ଯେଉଁ କାରଣରୁ ସୁଖ ସୁବିଧାରେ ଅସୁବିଧା ହୋଇଥାଏ ଓ ଜୀବନରେ କଳହ ଓ ଆସନ୍ତି ଲାଗି ରହିଥାଏ l କିନ୍ତୁ ଯେଉଁଠାରେ ନାରୀକୁ ସମ୍ମାନ ଦିଆଯାଏ ସେଠାରେ ସବୁବେଳେ ଲକ୍ଷ୍ମୀ ବାସ କରନ୍ତି l ନାରୀର ଆଦର ସମ୍ମାନ କରିବା ଆବଶ୍ୟକ l

Leave A Reply