Odisha news

ଶିକ୍ଷକ ନୀଳକଣ୍ଠ ଦାଶଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର।

0
କୋଦଳା ( ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଧବଳେଶ୍ଵର ବିଦ୍ଯାପୀଠର ବରିଷ୍ଠ ଶିକ୍ଷକ ନୀଳକଣ୍ଠ ଦାଶ ୨୦୨୦ ମସିହା ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଜିଲ୍ଲା ସ୍ତରୀୟ ୬୬ ତମ ବନ୍ଯ ପ୍ରାଣୀ ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକକଂ କାର୍ଯ୍ୟାଳୟରେ ଶ୍ରୀ ଦାଶଙ୍କୁ ମାନପତ୍ର ସହ ପୁରସ୍କାର ବାବଦରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।
ଶ୍ରୀ ଦାଶ ଏହି ପୁରସ୍କାର ପାଇଥିବା ଯୋଗୁଁ ବ୍ଲକର ବହୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଧବଳେଶ୍ଵର ବିଦ୍ଯାପୀଠର ଛାତ୍ରଛାତ୍ରୀ ମାନେ ଖୁସି ବ୍ଯକ୍ତ କରିଛନ୍ତି। ଆଞ୍ଚଳିକ ବନ ସଂରକ୍ଷକ ମୁଖ୍ୟ ପ୍ରଶାନ୍ତ କୁମାର ମିଶ୍ର ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ଯ ନାରାୟଣ ବେହୁରୀ କଂ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ବିଶେଷ ଉପସ୍ଥିତ ଥିଲେ। ପ୍ରକୃତି ପ୍ରେମୀ ଶ୍ରୀ ଦାଶ ନିଜ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ଏବଂ ବୃକ୍ଷରୋପଣର ଉପକାରିତା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସିଛନ୍ତି। ଏଥି ସହିତ ସ୍ବଚ୍ଛତା ଦିଗରେ ମଧ୍ୟ ସଦା ସର୍ବଦା କାର୍ଯ୍ୟ କରିଛନ୍ତି।
ଜଣେ ଦକ୍ଷ ସଂଗଠକ, ସୁବକ୍ତା ତଥା ଆଦର୍ଶ ଶିକ୍ଷକ ଭାବେ ଶ୍ରୀ ଦାଶ ବେଗୁନିଆପଡ଼ା ବ୍ଳକରେ ପରିଚିତ ଅଟନ୍ତି। ଏଥି ସହିତ ସତ୍ଯସାଇ ସେବା ସଂଗଠନର ଜିଲ୍ଲା ସଂଯୋଜକ ଦାୟିତ୍ବ ପାଇ ମଧ୍ଯ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।
Leave A Reply