Odisha news

କରୋନା ପାଇଁ ଚଳିତ ବର୍ଷ ବିଜେଡ଼ିର ପଦଯାତ୍ରା ବନ୍ଦ , ମାସେ ଧରି ଚାଲିବ କରୋନା ସଚେତନତା ଅଭିଯାନ

0
କୋଦଳା ( ସୁଶାନ୍ତ କୁମାର ପଟ୍ଟନାୟକ ) : ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀକୁ ଲକ୍ଷ୍ୟ କରି ଜନସଂପର୍କ ପଦଯାତ୍ରା ବନ୍ଦ କରାଯାଇଛି ଏବଂ କରୋନା ମୁକାବିଲା ପାଇଁ ବ୍ଯାପକ ଜନ ସଚେତନତା କରିବା ଦିଗରେ ଦଳ ପକ୍ଷରୁ ଉଦ୍ୟମ କରାଯାଇଛି।
ଶୁକ୍ରବାର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ୍ ଛଚିନା ମାତୃମୀରା ପାଠଚକ୍ର ଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସଭାପତି ବିଜୟ କୁମାର ଦୋରାଙ୍କ ଅଧ୍ଯକ୍ଷତାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯିବା ସହ ଚଳିତ ବର୍ଷ ପଦଯାତ୍ରା ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ପଦଯାତ୍ରା ବଦଳରେ ଦଳ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଦୀର୍ଘ ଏକ ମାସ ଧରି କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବିଧାୟିକାଙ୍କ ନେତୃତ୍ବରେ ପ୍ରତି ପଞ୍ଚାୟତ ମୁଖ୍ୟ କାର୍ଯ୍ଯାଳୟ ଠାରେ ଜନ ସଚେତନତା ସୃଷ୍ଟି କରାଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ଜୋନ୍ ରେ ପ୍ରତ୍ଯେକ ଗ୍ରାମକୁ ଯାଇ କରୋନା ସଚେତନତା ସୃଷ୍ଟି କରାଯିବା ନିମନ୍ତେ ନିଷ୍ପତ୍ତି କରାଯାଇଛି।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଦଳୀୟ କର୍ମକର୍ତ୍ତା ମାନେ ଯୋଗ ଦେଇ ବିଧାୟିକା ଲତିକା ପ୍ରଧାନଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିଥିଲେ।
Leave A Reply