Odisha news

କୁମ୍ଭାରଗାଁ ସରପଞ୍ଚଙ୍କ ଅକାଳ ବିୟୋଗ , ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

0
କୋଦଳା ( ସୁଶାନ୍ତ କୁମାର ପଟ୍ଟନାୟକ )  : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁମ୍ଭାରଗାଁ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରେଣୀକଂ (୬୦) ଗୁରୁବାର ମଧ୍ୟ ରାତ୍ରିରେ ଅକାଳ ବିୟୋଗ ଘଟିଛି। ଗୁରୁବାର ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପାଇଁ କାର୍ ଯୋଗେ ଭୂବନେଶ୍ବର ଯାଉଥିବା ସମୟରେ ରାସ୍ତାରେ ହାର୍ଟ ଆଟାକ୍ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ସରପଞ୍ଚ ପୂର୍ବରୁ କୋଭିଡ୍ ଟେଷ୍ଟ ମଧ୍ୟ କରିଥିବା ବେଳେ ତାଙ୍କର ନେଗେଟିଭ୍ ରିପୋର୍ଟ ବାହାରିଥିଲା ।
ଜଣେ ନିଷ୍ଠାପର, ନିର୍ଭୀକ ଓ ଦାୟିତ୍ବବାନ ଅଭିଜ୍ଞ ଜନପ୍ରତିନିଧିକଂ ମୃତ୍ୟୁ ପରେ ପଞ୍ଚାୟତ ସମେତ ପୁରା ବ୍ଲକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜଣେ ପରୋପକାରୀ, ନିଷ୍ଠାବାନ ବ୍ଯକ୍ତିଙ୍କୁ ପଞ୍ଚାୟତ ହରାଇଲା ବୋଲି ମତପ୍ରକାଶ ପାଇଛି। ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁତ୍ର ମୁର୍ତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ।
ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ ନିମନ୍ତେ ମୃତ ସରପଞ୍ଚଙ୍କ ବାସଭବନରେ ଉପସ୍ଥିତ ଦେଖିବାକୁ ମିଳିଥିଲା। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ପ୍ରମୁଖ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।
ସେପଟେ କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରାର୍ଥୀ ରଂଜନ କୁମାର ପୋଲାଇକଂ ସହ ବେଗୁନିଆପଡ଼ା ବିଜେପି ମଣ୍ଡଳ ସଭାପତି ସୁଦର୍ଶନ ସାହୁ, ସୁମଣ୍ଡଳ ମଣ୍ଡଳ ସଭାପତି ନିରଞ୍ଜନ ସ୍ବାଇଁ, କୋଦଳା ମଣ୍ଡଳ ସଭାପତି ମଧୂସୁଦନ ଜେନା, ରମାକାନ୍ତ ଦୋରା ପ୍ରମୁଖ ମଧ୍ୟ ସ୍ବର୍ଗତ ସରପଞ୍ଚଙ୍କ ମର ଶରୀରରେ ପୁଷ୍ପଗୁଛ ଅର୍ପଣ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି। ଏପରିକି ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ଅନେକ ଶୁଭେଚ୍ଛୁ ଓ ପ୍ରଶଂସକ ମାନେ ଅମର ଆତ୍ମାର ସଦ୍ ଗତି କାମନା କରିଛନ୍ତି
Govt
Leave A Reply