ବୋରିଗୁମ୍ମା : ବୋରିଗୁମ୍ମା ବ୍ଲକ କଣାଗାଁ ରେ ପାଇଖାନା ନିର୍ମାଣ ନ ହୋଇ ଟଙ୍କା ହଡପ ଘଟଣା ଟି ଦିନ କୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଏନେଇ ଗୋଟିଏ ଗ୍ରାମର ଦୁଇ ଗୋଷ୍ଠୀ ବୋରିଗୁମ୍ମା ଥାନାରେ ପରସ୍ପର ବିରୁଦ୍ଧରେ ଏତଲା ପ୍ରଦାନ କରିଥିଲେ। ଉଭୟ କେସ ମାମଲା ଗୁରୁତର ଥିବାରୁ ପ୍ରଥମ ପର୍ଯ୍ୟାୟରେ ପୋଲିସ ଦୁଇ ଅଭିଯୋଗକାରିଣୀ ଙ୍କୁ ଥାନାକୁ ଡାକି ୧୬୧ ବୟାନ ରେକର୍ଡ କରାଯାଇଛି। ପ୍ରଥମେ ଆର ଡାବ୍ଲୁ ଏସ ଏସ ର ମୋଟିଭେଟର ବାସନ୍ତୀ ବିଶୋଇ ଙ୍କ ଏତଲା ଭିତ୍ତିକରି ପୋଲିସ ଏକ ମାମଲା କେସ ନମ୍ବର ୧୨୪ / ୨୦୨୦ ରୁଜୁ କରିଥିଲା।
ଏହି କେସ ର ଅଭିଯୋଗକାରିଣୀ ଥାନା କୁ ଡକାଯାଇ ତଦନ୍ତ କାରୀ ଅଧିକାରୀ ମହିଳା ସବ ଇନ୍ସପେକ୍ଟର ସୁଜାତା ବୁଡେକ ୧୬୧ ବୟାନ ରେକର୍ଡ କରିଥିଲେ। ଅଭିଯୁକ୍ତ ମାନେ କେଉଁଠାରେ କେମିତି ବାସନ୍ତୀ କୁ ଅଟକାଇ ଅସଦବ୍ୟବହାର ସହ ତାଙ୍କ ପିନ୍ଧିଥିବା ଡ୍ରେସ କୁ ଚିରାଚିରି କରିଥିଲେ,ତାହାର ସମସ୍ତ ବିବରଣୀ ମାଗିଥିଲେ।
ସେହିଭଳି ଅନ୍ୟ କେସ ନମ୍ବର ୧୨୫ / ୨୦୨୦ ର ଅଭିଯୋଗକାରିଣୀ ପଦ୍ମିନୀ ବିଶୋଇ କୁ ପୋଲିସ ଡାକି ୧୬୧ ବୟାନ ରେକର୍ଡ କରିଛନ୍ତି। ଏହି କେସ ର ତଦନ୍ତ କାରୀ ଏ ଏସ ଆଇ ପ୍ରକାଶ ଚନ୍ଦ୍ର ମିଶ୍ର ହୋଇଥିବା ବେଳେ ମହିଳା ସବ ଇନ୍ସପେକ୍ଟର ସୁଜାତା ବୁଡେକ ହିଁ ୧୬୧ ବୟାନ ରେକର୍ଡ କରିଥିଲେ।ତେବେ ମାନ୍ୟବର ମାଜିଷ୍ଟ୍ରେଟ ଙ୍କ ପାଖରେ ୧୬୪ ବୟାନ ରେକର୍ଡ ହୋଇ ନ ଥିବା ପୋଲିସ ସୂଚନା ଦେଇଛନ୍ତି। ତେବେ ଉଭୟ ପକ୍ଷ ର ସମ୍ପୂର୍ଣ୍ଣ ବୟାନ ରେକର୍ଡ ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପୋଲିସ ସୂଚନା ପ୍ରଦାନ କରିଛନ୍ତି।ତେବେ ଉଭୟ ପକ୍ଷ ର ପରସ୍ପର ବିରୁଦ୍ଧରେ ଥାନାରେ ଏତଲା ପରେ କଣାଗାଁ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।
କେ.ସାକିଲି ଦୋରା

LEAVE A REPLY

Please enter your comment!
Please enter your name here