କୋଦଳା ( Susanta Kumar Pattnayak ): ଗଞ୍ଜାମ ଜିଲ୍ଲା କୋଦଳା ଠାରେ କାର୍ଯ୍ୟରତ ଦୁଇଜଣ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି। ସାମ୍ବାଦିକ ଭଗବାନ ପାଢ଼ୀ ଓ ସନ୍ତୋଷ କୁମାର ସେଠୀଙ୍କୁ ମାନବାଧିକାର ସଂଗଠନ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସଂଗଠନର ସଦସ୍ୟ ମାନେ କୋଦଳା ଠାରେ ପହଞ୍ଚି ତହସିଲ ପଡିଆ ଠାରେ ସମ୍ବର୍ଦ୍ଧନା ପୂର୍ବକ କରୋନା ଯୋଦ୍ଧାରେ ସମ୍ମାନିତ କରିଥିଲେ l ମାନବାଧିକାର ସଂଗଠନ ପକ୍ଷରୁ ଜାତୀୟ ସଭାପତି ଡ.ଗୋପାଲ କ୍ରିଷ୍ଣା ମିଶ୍ରଙ୍କ ତତ୍ୱାବଧାନରେ ଏବଂ ଓଡିଶା ସଭାପତି ଦେବାଶିଷ ମହାରଣାଙ୍କ ନେତୃତ୍ୱରେ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଉଭୟ ସାମ୍ବାଦିକଙ୍କୁ ସଂଗଠନର ସେକ୍ରେଟାରୀ ସୌଦାମିନୀ ଚୌଧୁରୀ, ଓଡିଶା ପ୍ରଭାରୀ ଭୋଳା କୁମାର ଚୌଧୁରୀ, ଗଞ୍ଜାମ ଜିଲ୍ଲା ସଭାପତି ଝୁନା ନାୟକ, କାର୍ଯ୍ୟକର୍ତ୍ତା ସୁମନ ନାୟକ, ହରିହର ଖଟେଇ, ରାଜେଶ ପରିଡା, ପ୍ରତିଭା ନାୟକ ଓ ଅନ୍ୟ ସଦସ୍ୟାମାନେ ଫୋନ ଯୋଗେ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ଜଣାଇଥିଲେ l ସୂଚନା ଯୋଗ୍ୟ ଯେ, ଗଂଜାମ ଜିଲ୍ଲାର କୋଦଳା ହସ୍ପିଟାଲ ବାହାରେ ଏ ଏସ୍ ଆଇ ରବିନ୍ଦ୍ର ବେହେରାଙ୍କ ମୃତ ଶରୀର ଦୀର୍ଘ ସମୟ ଧରି ପଡି ରହିଥିବା ବେଳେ କରୋନା ଭୟରେ କେହି ଶବକୁ ଛୁଇଁ ନଥିଲେ। ତେବେ ଦୁଇ ସାମ୍ବାଦିକ ନିଜ ଜୀବନକୁ ଉତ୍ସର୍ଗ କରି ପିପିଇ କିଟ୍ ପରିଧାନ କରି ଶବକୁ କାନ୍ଧ ଦେଇ ପ୍ରସଂଶା ସାଉଁଟିଥିଲେ। ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।