କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅଞ୍ଚଳର ବରିଷ୍ଠ ବିଜେଡି ନେତା ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି କଂ ଶନିବାର ୬୩ ବର୍ଷ ବୟସରେ ଦେହାନ୍ତ ଘଟିଛି ।ଗତ କିଛି ଦିନ ଧରି ସ୍ବର୍ଗତ ପ୍ରଫୁଲ୍ଲ ତିଆଡି ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚିକିତ୍ସିତ ହେଉଥିବା ବେଳେ ଦୁଇଦିନ ଧରି ବିଶାଖାପାଟଣା ଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ସ୍ବର୍ଗତ ତିଆଡ଼ି ଜଣେ ସମାଜସେବୀ ଓ ବରିଷ୍ଠ ସଂଗଠନ ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ପୂର୍ବରୁ ସେ ସରପଞ୍ଚ, ବିଜୁ ଜନତା ଦଳର କାର୍ଯ୍ୟକାରୀଣୀ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ବେଗୁନିଆପଡ଼ା ବ୍ଳକ ୪୬ ନମ୍ବର ଜିଲ୍ଲା ପରିଷଦ ଜୋନର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ତାକଂର ଏହି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ରାଜନେତା ମାନେ ଶୋକ ପ୍ରକାଶ କରିଛନ୍ତି।
ତାକଂର ଏହି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ରାଜନେତା ମାନେ ଶୋକ ପ୍ରକାଶ କରିଛନ୍ତି।ସ୍ବର୍ଗତ ତିଆଡ଼ିଙ୍କ ଦେହାନ୍ତ ଖବର ଶୁଣି ମର୍ମାହିତ ହେବା ସହ ତିଆଡ଼ି ଙ୍କ ଦଳ ପ୍ରତି ଓ ବେଗୁନିଆପଡ଼ା ବ୍ଲକ ପ୍ରତି ଅବଦାନ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ।ବିଧାୟିକା ସ୍ବର୍ଗତ ତିଆଡ଼ିଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ପ୍ରଫୁଲ ତିଆଡିକଂ ବିୟୋଗରେ କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରାର୍ଥୀ ରଂଜନ କୁମାର ପୋଲାଇ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।