କୋଭିଡ୍ କଟକଣା ବଳବତ୍ତର ସତ୍ତ୍ୱେ ବେଆଇନ ଭାବେ ଚାଲିଛି କୋଚିଂ ସେଣ୍ଟର।ଶହଶହ ସଂଖ୍ୟାରେ ଏକ କାଳୀନ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) : ରାଜ୍ୟରେ କରୋନା କଟକଣା ଏଯାବତ୍ ଥମିନଥିବା ବେଳେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି ।ଏନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିବା ବେଳେ କୋଭିଡ୍ ନିୟମକୁ ଉଲ୍ଲଂଘନ କରି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଅଞ୍ଚଳରେ ବେଧଡ଼କ ଚାଲିଛି କୋଚିଂ ସେଣ୍ଟର। ବେଗୁନିଆପଡ଼ା ଶାନ୍ତି ନଗର ଠାରେ ସତ୍ଯସାଇ ଟିଉଟରିଆଲ୍ ନାମରେ ଏକ କୋଚିଂ ସେଣ୍ଟର ଖୋଲାଯାଇଛି। ତେବେ ପରିତାପର ବିଷୟ ହେଉଛି ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଏଠି ଏକ କାଳୀନ ପାଠ ପଢୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ କରୋନା ସଂକ୍ରମଣର ଆଶକାଂ କରିଛନ୍ତି। ସୂଚନା ଅନୁସାରେ ଦୁଇରୁ ତିନି ଜଣ ବ୍ଯକ୍ତିଙ୍କ ସହଯୋଗରେ ଏଭଳି ବେଆଇନ କାର୍ଯ୍ୟ ଚଲାଇଥିବା ଜଣାପଡିଛି। ବ୍ଲକର ବିଭିନ୍ନ ଅଞ୍ଚଳରୁ ଏଠାକୁ ଆସୁଛନ୍ତି ଶହ ଶହ ସଂଖ୍ଯାରେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ ମାନଙ୍କ ଠାରୁ ୩ ମାସର ଅଗ୍ରିମ ଅର୍ଥ ବାବଦରେ ୨ ରୁ ୩ ହଜାର ଟଙ୍କା ରଖାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କରୋନା ସଂକ୍ରମଣ ଯୋଗୁଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ପ୍ରଶାସନର ନିର୍ଦ୍ଦଶେକୁ ଧଜିଆ ଉଡାଇ ଏଠି କିଭଳି ଭାବେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ସମୟରେ ଏକତ୍ରୀତ କରାଇ ପାଠ ପଢା ଯାଉଛି ସେ ନେଇ ପ୍ରଶ୍ନ ଉଠୁଛି।ଏଭଳି ଘଟଣାକୁ ନେଇ ଅଭିଯୋଗ ହେବା ପରେ ଗୁରୁବାର ଆମ ପ୍ରତିନିଧି ଦିନ ସାଢ଼େ ୧୨ ଘଣ୍ଟ ସମୟରେ ଅତର୍କିତ ଭାବେ ପହଞ୍ଚିଥିବାରୁ କୋଚିଂ ସେଣ୍ଟରରେ ଶହେ ରୁ ଉର୍ଦ୍ଧ୍ବ ପିଲା ରହିଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ସଂପୃକ୍ତ କୋଚିଂ ସେଣ୍ଟର ଡାଇରେକ୍ଟରକୁଂ ପଚାରିବାରୁ ଘଟଣାକୁ ଅତି ହାଲକା ଭାବେ ନେଇଥିଲେ।ତେବେ ଏନେଇ କୋଦଳା ଆଡିସନାଲ ତହସିଲଦାରଙ୍କୁ ପଚାରିବାରୁ ଏତେ ସଂଖ୍ୟକ ପିଲା ବର୍ତ୍ତମାନ ସ୍ଥିତିରେ ଏକାଠି ହେବା ବେଆଇନ ବୋଲି ସେ କହିଥିଲେ ଏବଂ ଖୁବ୍ ଶୀଘ୍ର ଏନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ।