Odisha news

ମହିଳା ମାନଙ୍କର ଏହି ଛୋଟ ଭୁଲ ହୋଇପାରେ ଆଣ୍ଠୁ ଗଣ୍ଠିରେ ସମସ୍ୟା

0
ଆମେ ସାଧାରଣ ଭାବରେ ଦେଖି ଥାଉ ଯେ ପୁରୁଷ ମାନଙ୍କ ତୁଳନା ରେ ମହିଳା ମାନଙ୍କ ଠାରେ ଅଧିକ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖିବାକୁ ମିଳିଥାଏ । ଆସନ୍ତୁ ଆଜି ଜାଣିବା କେଉଁ ସବୁ କାରଣରୁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହୋଇଥାଏ ।
– ମୋଟାପଣ କାରଣରୁ :
ଶରୀରର ଓଜନ ଅଧିକ ବୃଦ୍ଧି ହେବା ଦ୍ଵାରା ଶରୀରର ସମସ୍ତ ଓଜନ ଆଣ୍ଠୁ ଓ ପାଦ ଉପରେ ଭାର ଆକାରରେ ପଡ଼ି  ଆଣ୍ଠୁ ରେ ଯନ୍ତ୍ରଣା ଅନୁଭବ ହୋଇଥାଏ।
– ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସିବା :
ଆମେ ଦେଖିବାକୁ ପାଇଥାଉ ଯେ ମହିଳାମାନେ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ଦୀର୍ଘ ସମୟ ଧରି ବସି ରହି ଥାଆନ୍ତି । ଏହାଦ୍ବାରା ମାଂସପେଶୀ ଦୁର୍ବଳ ହୋଇଥାଏ ଓ ଆଣ୍ଠୁ ରେ ସମସ୍ୟା ଆରମ୍ଭ ହୋଇଥାଏ ।
– ପ୍ରସବ ପରେ ଉଚିତ୍ ମାତ୍ରାରେ ଆହାର ଗ୍ରହଣ ନକରିବା :
ଆମେ ସମସ୍ତେ ଜାଣିଛୁ ଯେ ଗର୍ଭ ଧାରଣ କରିଥିବା ସମୟରେ ଗୋଟିଏ ମା ପାଇଁ ଯେତିକି ଆହାର ଆବଶ୍ୟକ ପ୍ରସବ ପରେ ମଧ୍ୟ  ଉଚିତ୍ ମାତ୍ରା ର ଆହାର ସାଙ୍ଗକୁ ଶରୀରକୁ କ୍ୟାଲସିୟମ ମଧ୍ୟ ଜରୁରୀ । ତେଣୁ ପ୍ରସବ ପରେ ମଧ୍ୟ ଖାଦ୍ୟ ପଦାର୍ଥ ପ୍ରତି ମହିଳା ମାନେ ସତର୍କ ରହିବା ଜରୁରୀ ।
– ଦୀର୍ଘ ସମୟ ରୁ ଶରୀର ସମସ୍ୟା ରହିଥିଲେ ଆଣ୍ଠୁ ସମସ୍ୟା ଦେଖା ଦେଇଥାଏ:
ଦୀର୍ଘ ଦିନରୁ ଯଦି କୌଣସି ଶାରିରୀକ ସମସ୍ୟା ରହିଛି ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ । ଏହା ମଧ୍ୟ ଆଣ୍ଠୁ ଜନିତ ସମସ୍ୟା ର କାରଣ ।
– ପୁରୁଣା ଆଘାତ :
ଆଣ୍ଠୁ ଜନିତ ସମସ୍ୟା ଦୂର କରିବା ପାଇଁ ପୁରୁଣା ଆଘାତ ମଧ୍ୟ ହୋଇଥାଏ । ଯେପରିକି ଆପଣ ଯଦି ଦୀର୍ଘ ଦିନ ତଳେ କୌଣସି ସ୍ଥାନ ରେ ପଡ଼ି ଆଘାତ ପାଇଛନ୍ତି ତେବେ ଏହା ମଧ୍ୟ ଆଣ୍ଠୁ ସମସ୍ୟାର କାରଣ ହୋଇପାରେ । ଯେପରିକି ଇଣ୍ଟର୍ନାଲ ଇଞ୍ଜୁରି ହୋଇ ମଧ୍ୟ ଆଣ୍ଠୁ ରେ ସମସ୍ୟା ଦେଖା ଦେଇଥାଏ ।
– ଆଣ୍ଠୁ ର କର୍ଟିଲେଜ୍ ନଷ୍ଟ ହୋଇଥାଏ  :
ଯଦି ଆଘାତ ଦ୍ଵାରା ଆଣ୍ଠୁ ର କର୍ଟିଲେଜ ନଷ୍ଟ ହୋଇଥାଏ ତେବେ ଆଣ୍ଠୁ ଜନିତ ସମସ୍ୟା ଦେଖା ଦେଇଥାଏ ।
– କ୍ୟାଲସିୟମ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ :
ଆଣ୍ଠୁ ସମସ୍ୟା ଦୂର କରିବା ପାଇଁ ବିଶେଷ ଭାବରେ କ୍ୟାଲସିୟମ ଯୁକ୍ତ ଆହାର ଯେପରିକି
ଲୋ ଫ୍ୟାଟ୍ ମିଲକ୍
ଡାଏରୀ ପ୍ରଡକ୍ଟ
ସୋୟାବିନ
ସବୁଜ ପନିପରିବା
– ଭିଟାମିନ ଡି :
ଶରୀରକୁ ଶକ୍ତ ଓ ସୁଦୃଢ଼ କରିବା ପାଇଁ ଭିଟାମିନ ଡି ଯୁକ୍ତ ଆହାର ସହିତ ସୁର୍ଯ୍ୟ ଙ୍କ କିରଣ ମଧ୍ୟ ଗ୍ରହଣ କରିବା ଜରୁରୀ । ସୂର୍ଯ୍ୟ ଙ୍କ କିରଣ ଭିଟାମିନ ଡି ରେ ପରିପୂର୍ଣ ଅଟେ ।
Leave A Reply