Odisha news

୧୨ ବର୍ଷର ବାଳକ ନିଜ ଆକାର ଠାରୁ ତିନିଗୁଣ ବଡ଼ ଡ୍ରାଗନ କାଇଟିରେ ଲଟକି ପବନରେ ଉପରେ ଉଡୁଥିଲା , ହତlଟ ଏପରି ହେଲା …

0

ନୂଆଦିଲ୍ଲୀ : ଗୁଡ଼ି ଉଡ଼ାଇବାର ନିଶା ଗୋଟିଏ ଏପରି ନିଶା ଯାହାକୁ ନେଇ ଗୋଟିଏ ପିଲା ଏପରି କିଛି କାର୍ଯ୍ୟ କରିଛି ହୁଏତ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ l ଗୋଟିଏ ୧୨ ବର୍ଷର ବାଳକ ନିଜ ଆକାର ଠାରୁ ତିନିଗୁଣ ବଡ଼ ଡ୍ରାଗନ କଇଟିରେ ଲଟକି ପବନରେ ଉପରେ ଉଡୁଥିଲା l କିନ୍ତୁ ଏହି ସମୟରେ ତାର ସନ୍ତୁଳନ ବିଗିଡି ଯାଇଥିବା କାରଣରୁ ୩୦ ଫୁଟ ଉଚ୍ଚାରୁ ତଳକୁ ଖସି ପଡିଲା l ସାମାଜିକ ଗଣମାଧ୍ୟମରେ ପିଲାଟିର ଏହି ଭିଡିଓ ଭାଇରାଲ ହୋଇଗଲା l ଏହି ଭିଡିଓରେ ଦେଖା ଯାଇଥିଲା ଗୋଟିଏ ବିଶାଳକାୟ ଗୁଡ଼ି ସାହାରରେ ଗୋଟିଏ ବାଳକ ଆକାଶରେ ଉଡୁଛି ,କିନ୍ତୁ କିଛି ସମୟ ପରେ ଏହି ବାଳକଟି ନିଜର ସନ୍ତୁଳନ ବିଗାଡି ଦେଇଥିଲା ଓ ଆକାଶ ମାର୍ଗରୁ ମାଟି ଉପରେ ଖସି ପଡିଥିଲା l

ଏହା ପରେ ନିକଟରେ ଥିବା ବ୍ୟକ୍ତି ମାନେ ତାକୁ ସାହାଯ୍ୟ କରିବା ପାଇଁ ତା ପାଖରେ ପହଞ୍ଚିଥିଲେ l ଚଳିତ ମାସର ପ୍ରଥମ ସପ୍ତାହରେ ପ୍ରିଙ୍ଗ ସେବୁ ଶିଶୁ ମାନଙ୍କର ଗୋଟିଏ ରକ୍ଷା କର୍ତା ଏଜେନ୍ସି ,ଜାକର୍ତ୍ତାରୁ ଏହି ବିଶ୍ୱାୟରେ ସୂଚନା ଦେଇ କହିଥିଲା ଯେ ୧୨ ବର୍ଷର ଏହି ବାଳକର ଶରୀରର ୬ ଟି ସ୍ଥାନରେ ହାଡ ଭାଙ୍ଗିଛି ଓ ତାକୁ ଦୁଇଟି ଅପରେସନ କରାଇବାକୁ ପଡିଥିଲା l ଏହି ବାଳକଟିର ବଡ଼ ଭାଇ କହିଥିଲା ଯେ ତା ଭାଇ ଡ୍ରାଗନ ଆକାରର ଗୁଡ଼ି ଉଡ଼ୁଥିଲା ଯାହା ବାଳକଟି ଠାରୁ ବଡ ଥିଲା l ସେ ଅଧିକାଂଶ ସମୟରେ ଏହି ଗୁଡିଟି ସହିତ ଲଟକି ଥାଏ କିନ୍ତୁ କେବେବି ଏପରି ଦୁର୍ଘଟଣା ଘଟି ନଥିଲା l ଜାକର୍ତ୍ତାରେ ଏହିଭଳି ଦୁର୍ଘଟଣା ବିଗତ କିଛି ବର୍ଷ ହେଲାଣି ବୃଦ୍ଧି ପାଇବାରେ ଲାଗୁଛି l ସେଠାରେ କାମ କରୁଥିବା ଶିଶୁ ମାନଙ୍କ ସୁରକ୍ଷା ଏଜେନ୍ସି ଏବିଷୟରେ ଯେତେ ସଚେତନ କଲେ ମଧ୍ୟ ତାଙ୍କର କୌଣସି ପରିବର୍ତନ ହେଉ ନାହିଁ l

Leave A Reply