ଗର୍ଭବତୀ ହେବାର ଦ୍ଵିତୀୟ ମାସରେ ଜଣାପଡ଼ିଥାଏ, ପିରିଅଡଶ ତାରିଖ ଗଡ଼ିବା ମାତ୍ରକେ ଗର୍ଭବତୀ ହେବାର ଅନ୍ଦାଜ ଲଗାଯାଇଥାଏ, ଏବଂ ଏହାପରେ ମହିଳାମାନେ ପ୍ରେଗନାନ୍ସି ଟେଷ୍ଟ କରିଥାଆନ୍ତି, ଏହାପରେ ୟୁରିନ ଟେଷ୍ଟ ଓ ବ୍ଲଡ଼ ଟେଷ୍ଟ ର ଆବଶ୍ୟକତା ପଡିଥାଏ, ଏବଂ ଏହାପରେ ମହିଳାମାନେ ଟେଷ୍ଟ କୀଟ ଆଣି ଟେଷ୍ଟ କରନ୍ତି l କିନ୍ତୁ ଅନେକ ସମୟରେ ଏହା ମହିଳାଙ୍କ ପାଇଁ ଚିନ୍ତାର କାରଣ ମଧ୍ୟ ହୋଇଥାଏ କାହିଁକି ନା ହଠାତ କି କୀଟ ମିଳିନଥାଏ , ଏପରିସ୍ଥିତି ରେ ଆପଣ ଘରୋଇ ଉପାୟରେ ଲୁଣ ଦ୍ୱାରା ମଧ୍ୟ ପରୀକ୍ଷା କରିପାରିବେ l ସେଥିପାଇଁ ଆପଣ ଲୁଣର ବ୍ୟବହାର କରିପାରିବେ l
ଲୁଣରେ କିପରି ପ୍ରସ୍ତୁତ କରିବେ ପ୍ରେଗନାନ୍ସି ଟେଷ୍ଟ କୀଟ –
ଏହି ଟେଷ୍ଟ ପାଇଁ ସକାଳର ପ୍ରଥମ ୟୁରିନ ସାମ୍ପଲ , ଗୋଟିଏ ସଫା ପାତ୍ର ଏବଂ କିଛିମାତ୍ରାରେ ଆପଣ ଖାଉଥିବା ସାଧାରଣ ଲୁଣ ନିଅନ୍ତୁ, ଏହାପରେ ଗୋଟିଏ ପାତ୍ର ରେ ପରିସ୍ରା ରଖି ଦିଅନ୍ତୁ ଏବଂ ସେଥିରେ ୨ରୁ ୩ ଚୁଟକୀ ଲୁଣ ମିଶାଇ ନିଅନ୍ତୁ , ଏବଂ ୫ରୁ ୧୦ ମିନିଟ ଅପେକ୍ଷା କରନ୍ତୁ , ଆପଣ ଲକ୍ଷ କରିବେ ଯେ ଲୁଣରେ ପରିସ୍ରା ମିଶିବା ପରେ ତାହା ଗାଢ଼ ହୋଇଯାଇଥାଏ l ତେବେ ଜାଣିବେ ଯେ ଏହା ପଜିଟିଭ ଅଟେ, ଯଦି ପରିସ୍ରା ରେ କୌଣସି ପରିବର୍ତ୍ତନ ଆସୁନାହିଁ ତେବେ ଏହା ନେଗେଟିଭ ଅଟେ l
ଏହା ଜଣେ ମହିଳାଙ୍କ ପ୍ରତି କେତେ ସୁରକ୍ଷିତ –
ଗବେଷଣା ଅନୁସାରେ କୁହାଯାଇଛି ଯେ ଏହା କେବଳ ଗୋଟିଏ ସାଧାରଣ ଉପଚାର ଅଟେ, ଏବଂ ଏହାକୁ ପୂର୍ବେ ଆୟୁର୍ବେଦ ରେ ସାମିଲ କରାଯାଇଥିଲା l ପରିସ୍ରାରେ hcg ହର୍ମୋନ ର ମାତ୍ରାକୁ ଦେଖି ଗର୍ଭବତୀ ହେବା ଜଣାପଡ଼ିଥାଏ l
ପୂର୍ବେ ଯେଉଁ ଗାଁ ଓ ସହର ରେ ପ୍ରେଗନାନ୍ସି କୀଟ ମିଳୁ ନଥିଲା ସେହି ସ୍ଥାନରେ ଏହି ଦେଶୀ ଉପାୟ ର ପ୍ରୟୋଗ କରାଯାଉଥିଲା, କିନ୍ତୁ ବର୍ତମାନ ର ଅଧିକ ସ୍ଥାନରେ ଏହି କୀଟ ଉପଲବ୍ଧ ହୋଇଯାଉଛି, ତେଣୁ ଏହାକୁ ପ୍ରୟୋଗ କରିବା ସତ୍ୱେ ମଧ୍ୟ ଆପଣ ଡାକ୍ତରଙ୍କୁ ପରାମର୍ଶ ନିହାତି କରନ୍ତୁ l