ଉଚ୍ଚ ରକ୍ତଚାପ ରେ ପ୍ରଭାବିତ ବ୍ୟକ୍ତି ଏହି ୫ଟି ଖାଦ୍ୟରୁ ନିହାତି ଦୁରେଇ ରହିବା ଜରୁରୀ, ନଚେତ ହେବେ ବ୍ରେନ ଷ୍ଟ୍ରୋକ ର ସମ୍ମୁଖୀନ
ହାଇ ବ୍ଲଡ଼ ପ୍ରେସର , କିମ୍ବା ହାଇପରଟେନ୍ସନ , ସ୍ୱାସ୍ଥ୍ୟ ସମ୍ବନ୍ଧିତ କୌଣସି ସାଧାରଣ ସମସ୍ୟା ନୁହେଁ, ଖାଦ୍ୟ ଆମ ଜୀବନ କୁ ସୁସ୍ଥ ଓ ଅସୁସ୍ଥ କରିବାର ମୁଖ୍ୟ କାରଣ ମଧ୍ୟ ହୋଇଥାଏ, ଖାଦ୍ୟ ମାନଙ୍କ ମଧ୍ୟରେ ଏଭଳି କିଛି ଖାଦ୍ୟ ରହିଥାଏ ଯାହାକି ଆମ ରକ୍ତଚାପ କୁ ବୃଦ୍ଧି କରି ବ୍ରେନ ଷ୍ଟ୍ରୋକ ର କାରଣ ହୋଇଥାଏ l
– ଲୁଣି ଖାଦ୍ୟ –
ଆଳୁ ଚିପ୍ସ , ଫ୍ରେଞ୍ଚ ଫ୍ରାଏ ଓ ଅନ୍ୟାନ୍ୟ ଲୁଣି ସ୍ନାକ୍ସ ସୋଡିୟମ ରେ ଭରପୁର ହୋଇଥାଏ, ଯାହାକି ବ୍ଲଡ଼ ପ୍ରେସର କୁ ଦ୍ରୁତ ଗତିରେ ବୃଦ୍ଧି କରିଥାଏ, ଆବଶ୍ୟକତା ଠାରୁ ସୋଡିୟମ ଶରୀରରେ ବୃଦ୍ଧି ହେବା କାରଣରୁ ଶରୀର ରେ ଜଳ ର ମାତ୍ରା ବୃଦ୍ଧି ହୋଇଥାଏ l ଏବଂ ବ୍ଲଡ଼ ଭସେଲସ ଉପରେ ଚାପ ପଡିଥାଏ ଏବଂ ଏହା ରକ୍ତଚାପ ବୃଦ୍ଧି ର କାରଣ ହୋଇଥାଏ ଓ ବ୍ରେନ ଷ୍ଟ୍ରୋକ ର କାରଣ ମଧ୍ୟ ଅଟେ l
– ପ୍ରୋସେସଡ଼ ମିଟ –
ବେକନ ଓ ସସେଜ ଭଳି ପ୍ରୋସେସଡ଼ ମିଟ ରେ ସୋଡିୟମ ଓ ନାଇଟ୍ରେଟ ଖୁବ ଅଧିକ ରହିଥାଏ, ଏହି କମ୍ପାଉଣ୍ଡ ଧମନୀ କୁ ପ୍ରଭାବିତ କରିଥାଏ, ଏବଂ ରକ୍ତଚାପ ବୃଦ୍ଧି ହୋଇଥାଏ, ଏବଂ ଏହି ଖାଦ୍ୟ ରକ୍ତଚାପ ବୃଦ୍ଧିର କାରଣ ହୋଇଥାଏ ଏବଂ ବ୍ରେନ ଷ୍ଟ୍ରୋକ ର କାରଣ ଅଟେ l
– ପ୍ରୋସେସଡ଼ ସୁପ –
ଡବାରେ ବନ୍ଦ ହୋଇ ବିକ୍ରି ହେଉଥିବା ସୁପ ଆପଣଙ୍କୁ ବାହାରୁ ହେଲଦି ଦେଖାଯାଉ ଥିଲେ ସୁଦ୍ଧା ସ୍ୱାସ୍ଥ୍ୟ ପକ୍ଷରେ ଠିକ ନୁହେଁ, ଏବଂ ଏହି ସୁପ ରେ ସେଲ୍ଫ ଲାଇଫ ଦୀର୍ଘଦିନ ରଖିବା ପାଇଁ ସେଥିରେ ଅଧିକ ସୋଡିୟମ ମିଶାଯାଇ ଥାଏ l ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ l
– ଏନର୍ଜି ଡ୍ରିଂକ୍ସ –
ବିଭିନ୍ନ ପ୍ରକାରର ଏନର୍ଜି ଡ୍ରିଂକ୍ସ ଯାହା ଆମେ କିଣି ସେବନ କରିଥାଉ , କିନ୍ତୁ ଏହା ଆମ ବ୍ଲଡ଼ ଭସେଲସ କୁ ସଂକୁଚିତ କରିଦେଇଥାଏ ଏବଂ ହାର୍ଟ ଆଟାକ ଓ ରକ୍ତଚାପ ବୃଦ୍ଧିର କାରଣ ମଧ୍ୟ ହୋଇଥାଏ l ଗୋଟିଏ ଏନର୍ଜି ଡ୍ରିଂକ୍ସ ରେ ୨ ଶହ ମିଲିଗ୍ରାମ କାଫେନ ରହିଥାଏ l
– ଚିଜ –
ଚିଜ ରେ ମଧ୍ୟ ସୋଡିୟମ ଅଧିକ ମାତ୍ରାର ରହିଥାଏ, ଏବଂ ଏଥିରେ ସାଚୁରେଟେଡ଼ ଫ୍ୟାଟ ଅଧିକ ରହିଥାଏ ଏହା ରକ୍ତ ଧମନୀ କୁ ପ୍ରଭାବିତ କରିଥାଏ, ଏବଂ ରକ୍ତଚାପ ବୃଦ୍ଧି ର କାରଣ ମଧ୍ୟ ହୋଇଥାଏ l ଗୋଟିଏ ୫୦ ଗ୍ରାମ ଚିଜ ରେ ୫ ଶହ ମିଲିଗ୍ରାମ ସୋଡିୟମ ରହିଥାଏ ଯାହାକି ରକ୍ତଚାପ ବୃଦ୍ଧି ସହିତ ବ୍ରେନ ଷ୍ଟ୍ରୋକ ର ମଧ୍ୟ କାରଣ ହୋଇଥାଏ l