Odisha news

କିଶୋର ବସ୍ତାରେ ପହଞ୍ଚି ସନ୍ତାନ ମାନେ ଯଦି ହେଉଛନ୍ତି ଅବାଧ୍ୟ ତେବେ ଆପଣାନ୍ତୁ ଏହିସବୁ ଉପାୟ

ଯେତେବେଳେ ଗୋଟିଏ ପିଲା ନିଜର କିଶୋର ଅବସ୍ଥାକୁ ଆସିଥାଏ ତାର ମନୋଦଶା ରେ ଅନେକ ପରିବର୍ତନ ହୋଇଥାଏ । ସେତେବେଳେ ସେମାନଙ୍କର ଶାରିରୀକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ମାନସିକ ସ୍ଥିତିର ମଧ୍ୟ ଅନେକ ପରିବର୍ତନ ହୁଏ । ଏହି ସମସ୍ତ ସ୍ଥିତିକୁ ସେ ନେଇ ନିଜ ମନ ଯାହା କହିଥାଏ ସେହି କାର୍ଯ୍ୟ କରିଥାଏ । ପିଲାଟି ନିଜ ଇଚ୍ଛାରେ ସମସ୍ତ କଥାକୁ ସତ ଭାବିଥାଏ ଓ ସେହି ଅନୁସାରେ କାର୍ଯ୍ୟ କରେ ।ତେଣୁ ବଡ଼ ମାନଙ୍କୁ ଏହି ସମୟରେ ନିଜ ସନ୍ତାନ କୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ନିଜ ସନ୍ତାନର ଭବିଷ୍ୟତ ପାଇଁ ବିଶେଷ ଧ୍ୟାନ ଦେଇ ଠିକ୍ ବାଟରେ ନେବା ଉଚିତ୍ ।
ଶାସ୍ତ୍ରରେ କୁହାଯାଇଛି ଗୋଟିଏ ସନ୍ତାନ ଯେତେବେଳେ କିଶୋର ଅବସ୍ଥାରେ ପହଞ୍ଚି ଯାଏ ସେଥି ପ୍ରତି ପିତାମାତା ବିଶେଷ ଦୃଷ୍ଟି ଦେଇ ତାଙ୍କର ନିକଟତର ହେବା ଉଚିତ୍ ।
* ନିଜ ସନ୍ତାନର ନିକଟତର ହେବା ଉଚିତ୍ –
ପିଲା ବଡ଼ ହୋଇଗଲେ ପିତାମାତା ତାଙ୍କୁ ନିଜର ବନ୍ଧୁ ଭଳି ବ୍ୟବହାର କରିବା ଉଚିତ୍ । ଯଦି ଆପଣଙ୍କ ବ୍ୟବହାର ବନ୍ଧୁ ଭଳି ହେବ ସନ୍ତାନ ମାନେ ମଧ୍ୟ ସଙ୍କୋଚ ଛାଡ଼ି ଦେବେ । ସେମାନେ ନିଜ ମନର ସମସ୍ତ କଥାକୁ ଆପଣଙ୍କ ନିକଟରେ ପ୍ରକାଶ କରି ପାରିବେ , ଯାହା ଫଳରେ ଆପଣ ତାଙ୍କୁ ଭଲରେ ଗାଇଡ କରି ପାରିବେ ।
* ଭୁଲ୍ କଲେ ସ୍ନେହରେ ବୁଝାଇବା ଆବଶ୍ୟକ –
ସବୁ ପିଲାମାନେ କିଶୋର ଅବସ୍ଥାରେ କିଛି ନା କିଛି ଭୁଲ କରି ବସନ୍ତି । ଖରାପ୍ ସାଙ୍ଗ ଦୋଶରୁ ବେଳେବେଳେ ଭୁଲ୍ କାର୍ଯ୍ୟ ମଧ୍ୟ କରି ବସନ୍ତି । ଯଦି ସେପରି କିଛି ଆପଣଙ୍କ ସନ୍ତାନ ସହିତ ଘଟୁଛି ତେବେ କ୍ରୋଧ ନକରି ଗୋଟିଏ ବନ୍ଧୁ ଭଳି ତାକୁ ଠିକ୍ ଓ ଭୁଲ୍ କଣ ବୁଝାନ୍ତୁ । ସେମାନେ କ୍ରୋଧରେ ଖୁବ୍ ଶୀଘ୍ର ପ୍ରତିକ୍ରିୟା ଦେଇ ଥାଆନ୍ତି , ତେଣୁ ତାଙ୍କୁ ସ୍ନେହ ଓ ପ୍ରେମରେ ବୁଝାଇବା ଆବଶ୍ୟକ ।
* ସବୁବେଳେ ବାର୍ତା ଆଦାନ ପ୍ରଦାନ କରିବା ଉଚିତ୍ –
ଯଦି ଆପଣଙ୍କର ନିଜ ସନ୍ତାନ ସହିତ ବାର୍ତା ର ଆଦାନ ପ୍ରଦାନ କମି ଯାଉଚି ତେବେ ସେମାନେ ଆପଣଙ୍କ ଠାରୁ ଦୂରେଇ ଯାଇ ପାରନ୍ତି । ତେଣୁ ନିଜ ପିଲାଙ୍କ କଥା ଧର୍ଯ୍ୟର ସହିତ ଶୁଣନ୍ତୁ ଓ ତାଙ୍କୁ ଠିକ୍ ଭାବରେ ମାର୍ଗ ଦର୍ଶନ କରନ୍ତୁ। ତାଙ୍କର ଛୋଟ ଛୋଟ ସବୁ କଥା ଜାଣିବା ଗୋଟିଏ ଅଭିଭାବକ ର ନିହାତି ଆବଶ୍ୟକ ।

Comments are closed.