Odisha news

କିନ୍ନର ମାନଙ୍କ ଆଶୀର୍ବାଦ ଶୁଭ ହୋଇଥାଏ : ଏହି ସବୁ ବସ୍ତୁର ଦାନ କଲେ ମିଳିବ ଶୁଭଫଳ

0

ଅଧିକାଂଶ ସମୟରେ ଏପରି ହୋଇଥାଏ ଆମେ ଯେତିକି ରୋଜଗାର କରିଥାଉ ସେତିକି ଖର୍ଚ ହୋଇଯାଏ ଓ ବେଳେବେଳେ ଦରକାର ପଡିଲେ କରଜ କରିବାର ପରିସ୍ଥିତି ପଡ଼ିଯାଏ l ସଞ୍ଚୟ କରିବାର ଉପାୟ ବ୍ୟର୍ଥ ହୋଇଥାଏ l ଯଦି ଆପଣ ଏହି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ତେବେ କିନ୍ନର ମାନଙ୍କୁ ଦାନ କରିବା ବଶ୍ୟକ l ମାନ୍ୟତା ରହିଛି ଯେ କିନ୍ନର ମାନଙ୍କ ଆଶୀର୍ବାଦ ଓ ଅଭିଶାପ ଉଭୟ ମଣିଷ ମାନଙ୍କ ପାଇଁ ଫଳପ୍ରଦ ହୋଇଥାଏ l କିନ୍ତୁ ଦାନ କରିବା ସମୟରେ କିଛି କଥାର ଧ୍ୟାନ ରଖିବା ଆବଶ୍ୟକ l

ଯଦି ବୁଧବାର ଦିନ କୌଣସି କିନ୍ନର ଯେକୌଣସି ସମୟରେ ଆପଣଙ୍କ ସହିତ ସାକ୍ଷାତ କରେ ତେବେ ଯଦି ସମ୍ଭବ ହେଉଛି ତାକୁ ଭୋଜନ କରାନ୍ତୁ l ଏହା ପରେ ସେହି କିନ୍ନର ପାଖରୁ ଗୋଟିଏ ମୁଦ୍ରା ମାଗିକି ରଖନ୍ତୁ l ଏହି ମୁଦ୍ରାଟିକୁ ଯଦି ସମ୍ଭବ ହେଉଛି ନିଜ ବେକରେ ପିନ୍ଧନ୍ତୁ ନଚେତ ଘରେ ଅଲମାରୀରେ ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ l ଏପରି କରିବା ଦ୍ୱାରା ଆପଣଙ୍କର ସଂଚୟ ବଢି ଯିବ l

ଆପଣ ଦେଖିଥିବେ କିଛି ଲୋକ ଅଛନ୍ତି ଦୁଃଖୀରଙ୍କୀଙ୍କୁ ନିଜର ପୁରୁଣା ବସ୍ତ୍ର ଦାନ କରିଥାନ୍ତି l ଏପରି କରିବା ଦ୍ୱାରା କୁହାଯାଏ ଯେ ରହୁ କେତୁରେ ଦୋଷ କଟିଯାଇଥାଏ l ଯଦି ଆପଣ କୌଣସି କିନ୍ନରକୁ ବସ୍ତ୍ର ଦାନ କରିବାକୁ ଚାହୁଁଛନ୍ତି ତେବେ ଧ୍ୟାନ ରଖନ୍ତୁ ଯେ ଭୁଲରେ ମଧ୍ୟ ପୁରୁଣା ବସ୍ତ୍ର ଦାନ କରିବେ ନହିଁ l ଏହା ଅଶୁଭ ହୋଇଥାଏ ,କିନ୍ନର ମାନଙ୍କୁ ସର୍ବଦା ନୂଆ ବସ୍ତ୍ର ଦାନ କରନ୍ତୁ l କାରଣ ସେମାନଙ୍କର ଆଶୀର୍ବାଦ ମିଳିବ ସହିତ ଆପଣଙ୍କର ସୁଖ ସମୃଦ୍ଧି ବୃଦ୍ଧି ପାଇବ l

ଝାଡୁ କେବଳ ଘରର ସ୍ବାମସ୍ତ ଅଳିଆକୁ ଦୂର କରି ନଥାଏ ,ଏହାକୁ ମା ଲକ୍ଷ୍ମୀଙ୍କର ଗୋଟିଏ ପ୍ରତୀକ ବୋଲି ଗ୍ରହଣ କରାଯାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝାଡ଼ୁର ଦାନ ଯେକୌଣସି ମନ୍ଦିରରେ କରି ପାରିବେ ,କିନ୍ତୁ କୌଣସି କିନ୍ନରକୁ ଆପଣ ଝାଡୁ ଦାନ କରିବେ ନାହିଁ l କାରଣ ଝାଡୁ ଦାନ କରିବା ଦ୍ୱାରା ଘରେ ପଇସା ରୁହେ ନାହିଁ l ଏହା ସହିତ କିନ୍ନର ମାନଙ୍କୁ କଦାପି ଷ୍ଟିଲ ବାସନ ଓ ତେଲ ଦାନ କରିବେ ନାହିଁ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଜୀବନରେ ଆର୍ଥିକ ପରିସ୍ଥିତି ଖରାପ ହୋଇଥାଏ l

Leave A Reply