ମୁମ୍ବାଇ : ଶାହରୁଖ ଖାନ ଙ୍କୁ ଏମିତିରେ କୁହାଯାଏ ନାହିଁ କିଙ୍ଗ ଖାନ l ସେ ଯାହା ମଧ୍ୟ କରି ଥାଆନ୍ତି , ନିଜର ଗୋଟିଏ ବିଶେଷ ଛାପ ଛାଡି ଯାଇ ଥାଆନ୍ତି l ନିକଟରେ ଶାହରୁଖ ମା ବୈଷ୍ଣଦେବୀ ଙ୍କ ଦର୍ଶନ କରିବା ପାଇଁ ଜମ୍ମୁ ପହଂଚିଥିଲେ l କିନ୍ତୁ ସେଠାରେ ଶାହରୁଖ ଙ୍କୁ ନିଜର ମୁହଁ କୁ କଭର କରିବାର ଦେଖିବାକୁ ମିଳିଥିଲା l କିନ୍ତୁ ବର୍ତମାନ ଶାହରୁଖ ଙ୍କର ଗୋଟିଏ ଫଟୋ ଭାଇରଲ ହେଉଛି, ଯାହା କଟାରା ବୋଲି କୁହାଯାଉଛି l
କିଙ୍ଗ ଖାନ ଙ୍କର ଗୋଟିଏ ଝଲକ ପାଇବା ପାଇଁ ଲୋକେ କିଛିବି କରି ପାରନ୍ତି l ତାଙ୍କର ପ୍ରତ୍ୟେକ ଫଟୋ ଦେଖିବା ପାଇଁ ଲୋକେ ପାଗଳ ହୋଇ ଯାଇ ଥାଆନ୍ତି l ଷୋମବାର ଦିନ ଶାହରୁଖ ବୈଷ୍ଣଦେବୀ ଙ୍କ ଦର୍ଶନ କରିବାକୁ ପହଂଚିଥିଲେ l ସେହି ସମୟରେ ସେ ନିଜର ଫେସ କୁ କଭର କରି ଥିବାର ନଜର ଆସିଥିଲେ l କିନ୍ତୁ ବର୍ତମାନ ଶାହରୁଖଙ୍କର ଆଉ ଗୋଟିଏ ଫଟୋ ଭାଇରଲ ହୋଇଛି l, ଯେଉଁଥିରେ ସେ ନାଲି ସିନ୍ଦୁର ଟୀକା ଲଗାଇ ଥିବାର ନଜର ଆସିଥିଲେ l ଉକ୍ତ ଫଟୋରେ ଶାହରୁଖ ଖଇରିଆ ରଙ୍ଗର ଗୋଟିଏ ଟିସାର୍ଟ ପିନ୍ଧିବାର ନଜର ଆସିଥିଲେ l ଉକ୍ତ ଫଟୋ ରେ ସାରରୁଖ ଙ୍କର ଜଣେ ପ୍ରଶଂସକ ମଧ୍ୟ ତାଙ୍କ ସହିତ ପୋଜ ଦେଉଥିବାର ନଜର ଆସିଥିଲେ l କୁହାଯାଉଛି ଯେ ଉକ୍ତ ବ୍ୟକ୍ତି ଜଣଙ୍କ ଯିଏ କି ଶାହରୁଖ ଙ୍କ ସହିତ ନଜର ଆସୁଛନ୍ତି ସେ ବୈଷ୍ଣଦେବୀ ଙ୍କ ବୋର୍ଡ ର କୌଣସି ଜଣେ ଅଫିସ କର୍ମଚାରୀ ଅଟନ୍ତି l
ବୈଷ୍ଣଦେବୀ ଙ୍କ ଦର୍ଶନ ପୂର୍ବରୁ ଶାହରୁଖ ତୀର୍ଥ କରିବାକୁ ମକ୍କା ମଧ୍ୟ ଯାଇଥିଲେ l ସେହି ସମୟରେ ଶାହରୁଖ ଙ୍କ ଫଟୋ ମଧ୍ୟ ଭାଇରଲ ହୋଇଥିଲା l ଶୁଣିବାକୁ ମିଳୁଛି ଯେ ପଠାନ ଚଳଚିତ୍ର ର ସିକୁଏଲ ପାଇଁ ଶାହରୁଖ ବିଭିନ୍ନ ସ୍ଥାନରେ ମାନସିକ ପୂରଣ କରୁଛନ୍ତି l