ସୁପରଷ୍ଟାର୍ ସଲମାନ୍ ଖାନ୍ଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘କିକ୍’ର ସିକେ୍ୱଲ୍ ଘୋଷଣା କରାଯାଇଛି । ଫିଲ୍ମ ନିର୍ମାତା ସାଜିଦ ନାଡିୟାଡୱାଲା ଏହାର ନିର୍ଦ୍ଦେଶନା ଦେବେ । ସଲମାନ୍ ପୁନଶ୍ଚ ଦେବୀ ଲାଲ ସିଂହ ଓରଫ ଡେଭିଲ ଭାବେ ବଡ଼ ପର୍ଦ୍ଦାରେ ଏଣ୍ଟ୍ରି ମାରିବେ । ତାଙ୍କ ସହିତ ନଜରକୁ ଆସିବେ ଅଭିନେତ୍ରୀ ଜାକଲିନ୍ ପର୍ଣ୍ଣାଣ୍ଡିସ୍ । ସାଜିଦଙ୍କ ପନିୀ ବର୍ଧା ନାଡିୟାଡୱାଲା ସୋସାଲ ମିଡିଆ ଆକାଉଣ୍ଟରେ ଜାକଲିନ୍ଙ୍କ ପାଇଁ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଏହା ଆପଣଙ୍କ ଜନ୍ମଦିନ ଉପହାର ଯାହା ସବୁବେଳେ ମନେ ରହିବ । ଭୋର ୪ଟାରୁ ହିଁ ସାଜିଦ ଫିଲ୍ମର ପଟକଥାକୁ ଲକ୍ କରିଦେଇଛନ୍ତି । ଫିଲ୍ମରେ ଆପଣଙ୍କ ଚରିତ୍ର ବି ଖୁବ୍ ସୁନ୍ଦର ହେବ ।’ ଖୁସି ଜାହିର କରି ଜାକଲିନ୍ ଲେଖିଛନ୍ତି, ‘ଏବେ ତ ଏହି ଫିଲ୍ମ ପାଇଁ ଅପେକ୍ଷା କରିହେଉ ନାହିଁ ।’ ଫିଲ୍ମର ଅନ୍ୟ କଳାକାରଙ୍କ ବିଷୟରେ ସୂଚନା ଦିଆଯାଇ ନାହିଁ । ଫିଲ୍ମର ପ୍ରଥମ ଭାଗ ୨୦୧୪ରେ ରିଲିଜ୍ ହୋଇଥିବା ବେଳେ ସାଜିଦ ନିର୍ଦ୍ଦେଶକ ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ ।