ଖୋର୍ଦ୍ଧା: ସ୍କୁଲର ୪ଜଣ ପୁରାତନ ଛାତ୍ରଙ୍କ ଏଲଆଇସି ଫର୍ମରେ ଜନ୍ମ ପ୍ରମାଣପତ୍ର ନିମନ୍ତେ ଦସ୍ତଖତ କରିବାଲାଗି ୨ହଜାର ଟଙ୍କା ଲାଂଚ ନେଇ କଟକ ଜିଲ୍ଲା ତୁଳସୀପୁର ରଙ୍ଗଣୀ ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ରଶ୍ମିପ୍ରଭା ଶତପଥୀଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି ।
ଭିଜିଲାନ୍ସ ସୂତ୍ରରୁ ଜଣାଯାଇଛି, ଖୋର୍ଦ୍ଧା ଉପକଣ୍ଠ ଗୁଡୁମ ଗ୍ରାମର ଉଦ୍ୟନାଥ ପ୍ରଧାନ ସେହି ଅଂଚଳର ୪ଜଣ ଯୁବକଙ୍କ ର ଏଲଆଇସିରେ ପଲିସି କରିଥାନ୍ତେ । ମାତ୍ର ଉକ୍ତ ଯୁବକମାନେ ଅଧାରୁ ପାଠ ଛାଡିଦେଇଥିବାରୁ ସେମାନଙ୍କ ନିକଟରେ ଜନ୍ମତାରିଖ ସମ୍ପର୍କିତ କୌଣସି ପ୍ରମାଣପତ୍ର ନଥିଲା ।
ଶେଷରେ ଏଜେଂଟ ଉଦ୍ୟନାଥ କଟକ ଜିଲ୍ଲା ତୁଳସୀପୁର ରଙ୍ଗଣୀ ସାହି ପ୍ରାଥମିକ ବିଦ୍ୟାଳୟକୁ ଯାଇ ସେମାନଙ୍କର ଜନ୍ମତାରିଖ ରେକର୍ଡରୁ ଖୋଜିବାକୁ ଅନୁରୋଧ କରିଥିଲେ । ତେବେ ତାହାମିଳିବା ପରେ ଏକ ଫର୍ମରେ ଉଲ୍ଲେକ କରି ଦସ୍ତଖତ କରିବାକୁ ଏଜେଂଟ ଜଣକ ଅନୁରୋଧ କରିଥିଲେ । ତେବେ ଜଣପିଛା ୫ଶହ ଲେଖା ଟଙ୍କା ନେବାକୁ ପ୍ରଧାନଶିକ୍ଷୟତ୍ରୀ ଦାବି କରିଥିଲେ । ଏନେଇ ଉଦ୍ୟନାଥ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଆଜି ଭିଜିଲାନ୍ସର ଏକ ଟିମ୍ ସ୍କୁଲ ନିକଟରେ ପଇଁତରାମାରିଥିବାବେଳେ ଉଦ୍ୟବନାଥ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଟଙ୍କା ଦେବାବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିଲେ ।
୦୯/୨୦୨୦ରେ ଏକ ମାମଲା ରୁଜୁ ଭିଜିଲାନ୍ସ କରିଥିବାବେଳେ ତାଙ୍କର କଟକସ୍ଥିତ ଭଡା ଘର ଏବଂ ମହାସିଙ୍ଗପୁରସ୍ଥିତ ଘରେ ଚଢାଉ କରିଥିବା ଜଣାଯାଇଛି । ଭିଜିଲାନ୍ସର ଏହି ଟିମ୍ ରେ ଡିଏସପି ଶୁଶାନ୍ତ ପାଣି, ଇନ୍ସପେକ୍ଟର ମନୋରଞ୍ଜନ ପାଇକରା ପ୍ରମୁଖ ସାମିଲଥିଲେ ।