Odisha news

ଆଦିବାସୀ ମହାବିଦ୍ୟାଳୟରେ ଆତ୍ମ କୌଶଳ ପ୍ରଶିକ୍ଷଣ ଶିବିର.

0

ବାଲିଗୁଡା:ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଛାତ୍ରୀମାନଙ୍କ ନିମନ୍ତେ ଆଦିବାସୀ ମହାବିଦ୍ୟାଳୟର ସଭାଗୃହ ଠାରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ମହାଲିକ୍ ମୁଖ୍ୟ ଅତିଥି  ଭାବେ ଯୋଗ ଦେଇଥିବା ବେଳେ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରଫେସର୍ ସଞ୍ଜିବ କୁମାର ବଳିୟାର ସିଂ ମୁଖ୍ୟବକ୍ତା , ଆଦିବାସୀ ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରଫେସର୍ ଶରତ ଚନ୍ଦ୍ର ବେହେରା ସଭାପତି ପଦ ଅଳଙ୍କୃତ କରିଥିଲେ l

ଆଦିବାସୀ ମହାବିଦ୍ୟାଳୟର ଅନ୍ୟତମ ଅଧ୍ୟାପକ ପ୍ରଫେସର୍ କାର୍ତ୍ତିକ ଚନ୍ଦ୍ର ସି ଏବଂ ସଂଯୋଜିକା ଅଧ୍ୟାପିକା ସୁଲୋଚନା କହଁର ଙ୍କ ଉପସ୍ଥିତରେ ସଭାକାର୍ଯ୍ୟ ପରିଚାଳିତ ହେଇଥିଲା l  ଆଦିବାସୀ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା,ଅଭିଜ୍ଞ ତାଲିମ ପ୍ରଶିକ୍ଷିକାମାନେ ଆତ୍ମରକ୍ଷା କୈଶଳ ଶିକ୍ଷା ପ୍ରଦାନ କରିଥିଲେ l ଛାତ୍ରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଆତ୍ମରକ୍ଷା ସଂପର୍କରେ ଅବଗତ ହୋଇଥିଲେ ।

Leave A Reply