Odisha news

ସରସ୍ୱତୀ ଡିଗ୍ରୀ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗରରେ +୩ ବିଭାଗର ନିଷ୍କ୍ରମଣ ଉତ୍ସବ

0

ଅଦ୍ୟ ତା. ୨୭.୦୨.୨୦ ରିଖ (ଗୁରୁବାର) ଦିନ +୩ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ନେଇ ‘ନିଷ୍କ୍ରମଣ ଉତ୍ସବ’ ସ୍ଥାନୀୟ ସରସ୍ୱତୀ ଡିଗ୍ରୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ +୩ ଶ୍ରେଣୀର ମୋଟ ୧୯୦ଜଣ ଶେଷ ସେମିଷ୍ଟାର ପରୀକ୍ଷାର ପୂର୍ବରୁ ଉଚ୍ଚସ୍ତରୀୟ ସଫଳତା ହାସଲ କରିବା ପାଇଁ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଛାତ୍ରଛାତ୍ରୀମାନଙ୍କ ଉପରେ ଅଭିମନ୍ତ୍ରିତ ଅକ୍ଷତ ସିଞ୍ଚନ ପୂର୍ବକ ଆଶୀର୍ବାଦ କରିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ +୨ ବିଭାଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ଏସ୍.ମୋହନ ରାଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଶିଶୁମନ୍ଦିରର ପ୍ରଧାନାଚାର୍ଯ୍ୟ ଶ୍ରୀମାନ୍ ଉମାଧବ ମହାନ୍ତି କାର୍ଯ୍ୟକ୍ରମର ଲକ୍ଷ୍ୟ ତଥା ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଡଃ. ଉମେଶ ସାହୁ, ଅବସରପ୍ରାପ୍ତ ଅଧ୍ୟକ୍ଷ, ଉଦ୍ଭିଦ ବିଜ୍ଞାନ ବିଭାଗ ଓ ଡଃ. ରାଜେନ୍ଦ୍ର ମୂର୍ତ୍ତି, ଅବସରପ୍ରାପ୍ତ ଅଧ୍ୟକ୍ଷ, ପ୍ରାଣୀ ବିଜ୍ଞାନ ବିଭାଗ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ମଙ୍ଗଳ କାମନା କରି ମାର୍ଗଦର୍ଶନ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ରୂପେ ଶ୍ରୀଯୁକ୍ତ ଡଃ. ବିବେକାନନ୍ଦ ପଣ୍ଡା, ଅବସରପ୍ରାପ୍ତ ଅଧ୍ୟକ୍ଷ ପଦାର୍ଥ ବିଜ୍ଞାନ ବିଭାଗ ଯୋଗ ଦେଇଥିଲେ ।

ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଡଃ. ଶ୍ରୀକାନ୍ତ ମହାପାତ୍ର ଶିଶୁମାନଙ୍କୁ ଭବିଷ୍ୟତରେ ଜଣେ ଉତ୍ତମ ନାଗରିକ ରୂପେ ନିଜକୁ ଗଢ଼ିତୋଳିବା ପାଇଁ ଶପଥପାଠ କରାଇଥିଲେ । ଏହି ଅବସରରେ ପରିଚାଳନା ସମିତିର ସଦସ୍ୟ ଶ୍ରୀଯୁକ୍ତ ନୀଳକଣ୍ଠ ସାହୁ, ଉପଦେଷ୍ଟା ଶ୍ରୀଯୁକ୍ତ ନରସିଂହ ଚୌଧୁରୀ, ଶ୍ରୀଯକ୍ତ ସୁଦର୍ଶନ ପାଢ଼ୀ, ପୁର୍ବତନ ସଦସ୍ୟା ଶ୍ରୀମତି ପ୍ରଣତି ସାମଲ ଏବଂ ଶିଶୁପ୍ରାରମ୍ଭ ଶ୍ରେଣୀଠାରୁ +୩ ପର୍ଯ୍ୟନ୍ତ ସମସ୍ତ ଆଚାର୍ଯ୍ୟଆଚାର୍ଯ୍ୟା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିବ ସହ ଆଗାମୀ ସେମିଷ୍ଟାର ପରୀକ୍ଷାର ସଫଳ କାମନା କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମଚରଣରେ +୩ ବିଭାଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ କୁମାର ପାଣୀଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply