ଖୋର୍ଦ୍ଧା : ଗୁରୁବାର ଅପରାହ୍ନରେ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଦଶହରା ଏବଂ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ ଚଳିତବର୍ଷ ନଭେମ୍ବର ୩୦ ମଧ୍ୟରେ ହେବାକୁଥିବା ସମସ୍ତ ପୂଜାକୁ ନିରାଡମ୍ବରଭାବେ କରିବାକୁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ରହିଛି । ସହରରେ ପ୍ରାୟ ୧୦ଟି ପୂଜା ମଣ୍ଡପରେ ହରପାର୍ବତୀ ଓ ଦୁର୍ଗାଙ୍କ ମୂର୍ତି ପୁଜା ପାଇଥାନ୍ତି ।

ସେହିପରି ପ୍ରାୟ ୨୭ରୁ ଉଦ୍ଧ୍ୱର୍ ପୂଜା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ହେଉଥିବା ବେଳେ କିଛି ବର୍ଷ ହେବ ଏହାର ସମୂହ ଭଷାଣି ବେଶ ଜାକ ଜକମରେ ଅନୁଷ୍ଠିତ ହେଉଛି । ମାତ୍ର ଚଳିତବର୍ଷ କୋଭିଡ-୧୯ କଟକଣା ଯୋଗୁ ଏହା ଫିକା ପଡିବ ।ତେବେ ଚଳିତ ବର୍ଷ ପୂଜାମଣ୍ଡପଗୁଡ଼ିକରେ ଜନସାଧାରଣଙ୍କ ସଭାଗମ ହେବ ନାହିଁ ।

ପୂଜାମଣ୍ଡପରେ ପୁଜାରୀ, ଶ୍ରଦ୍ଧାଳୁ ଓ କର୍ମକର୍ତାଙ୍କୁ ମିଶାଇ ମୋଟ ୭ଜଣ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି କରୋନା କଟକଣା ଯୋଗୁ ମଣ୍ଡପ ର ୩ପଟ ଆବଦ୍ଧ ରହିବ ଏବଂ ସମ୍ମୁଖ ଭାଗ ଅଧା ଆବଦ୍ଧ ରହିବ ବୋଲି ଜିଲ୍ଲାପାଳ କହିଥିଲେ । ଏଥିସହିତ ପ୍ରତ୍ୟେକ ମଣ୍ଡପରେ ୪ଫୁଟର ଠାକୁରଙ୍କ ମୂର୍ତି ପୂଜାପାଇବେ ଏବଂ କୌଣସି ମଣ୍ଡପରେ ଲାଇଟ ଓ ସାଉଣ୍ଡ ବ୍ୟବହାର କରାଯିବ ନାହିଁ । ପ୍ରତ୍ୟେକ ବର୍ଷ ପରି ମୂର୍ତି ଭଷାଣ ସମୟରେ କୌଣସି ଆଡମ୍ବର କରାଯିବ ନାହିଁ । ବରଂ ଗୋଟିଏ ଟ୍ରଲିରେ ମୂର୍ତି ଦୁଇଜଣ ସାଥିରେ ଧରି ବିସର୍ଜନ କରିବେ ବୋଲି ଜିଲ୍ଲାପାଳ ପୂଜା ମଣ୍ଡପର କର୍ମକର୍ତାଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଚଳିତବର୍ଷ ରାବଣପୋଡି ଉସôବ କରାଯିବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ ।

ପୂଜା ମଣ୍ଡପ ଗୁଡ଼ିକ ସଫା ସୁତରା ରଖିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥଲା । ତେବେ ଯଦି କୌଣସି ପୂଜା ମଣ୍ଡପରେ କୋଭିଡ-୧୯ ଉଲଙ୍ଘନ ହେବା ଅଭିଯୋଗ ହୁଏ ତେବେ ତାହାର କର୍ମକର୍ତା ଆଇନଅନୁଯାୟୀ ଦଣ୍ଡିତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ, ଏସପି ଅଜେୟ ପ୍ରତାପ ସ୍ୱାଇଁ, ଖୋର୍ଦ୍ଧା ତହସିଲଦାର ପି.ସି. ସାହୁ, ଖୋର୍ଦ୍ଧା ପୌରନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ, ଖୋର୍ଦ୍ଧା ଥାନା ଅଧିକାରୀ, ସଦରଥାନା ଅଧିକାରୀ, ଖୋର୍ଦ୍ଧା କ୍ଲବ୍ ପୂଜା କମିଟି ସଭ୍ୟ ସରୋଜ ପଟ୍ଟନାୟକ, ଟ୍ରାଫିକ୍ ଛକ ବ୍ୟବସାୟି ସଂଘର ଲକ୍ଷ୍ମୀଧର ପୃଷ୍ଟି ଓ ଜିତେନ୍ଦ୍ର କୁମାର ଭଞ୍ଜ ପ୍ରମୁଖ ପୂଜାକମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here