Odisha news

କେନ୍ଦ୍ରାଂଚଳ ରାଜସ୍ୱ କମିଶନରଙ୍କ କୋଭିଡ ସ୍ଥିତି ସମୀକ୍ଷା

0

ଖୋର୍ଦ୍ଧା : କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ କୋଭିଡ ସ୍ଥିତି ସମ୍ପର୍କୟରେ ସମୀକ୍ଷା କରିଛନ୍ତି । ଓସ୍ୱାନ ହଲରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସନତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଅଶୋକ ବେହୁରିଆ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ସଂକ୍ରମଣକୁ ନିୟନ୍ତ୍ରଣ କରିବା ଏବଂ ଲୋକମାନଙ୍କୁ ସଚେତନ କରିବାକୁ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଗୁରୁତ୍ୱ ଦେଇଥିଲେ । ଜିଲ୍ଲାରେ କରୋନା ନିୟନ୍ତ୍ରଣ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ କହିଥିଲେ ।

କେନ୍ଦ୍ରାଂଚଳ ରାଜସ୍ୱ କମିଶନର କୋଭିଡ-୧୯ ମନିଟରିଂ ସେଲ ପରିଦର୍ଶନ କରିଥିଲେ । ଗ୍ରାମାଂଚଳ ଓ ସହରାଂଚଳରେ କରୋନା ସଂକ୍ରମଣ ରୋଗୀମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବା ଏବଂ ଆବଶ୍ୟକୀୟ ତଥ୍ୟ ଦେବାଲାଗି ଡାଟାଏଂଟ୍ରି ଅପରେଟରମାନଙ୍କୁ କହିଥିଲେ । ରୋଗୀମାନଙ୍କ ସହ ଯୋଗଯୋଗ ରଖିବାକୁ ପରାମର୍ଶ ଦେଇଥିଲେ । ପରିଦର୍ଶନ ସମୟରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ଚିକିସôାଅଧିକାରୀ, ଡିପିଏମ୍ ପ୍ରମୁଖ ଉପସ୍ଥିତଥିଲେ । ଶେଷରେ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ବନ୍ୟାଂଚଳ ପରିଦର୍ଶନ ଏବଂ କ୍ଷୟକ୍ଷତିର ଆକଳନ କରିବା ପାଇଁ କହିଥିଲେ

Leave A Reply