Odisha news

୨୧ କରୋନା ଯୋଦ୍ଧା ସମ୍ବର୍ଦ୍ଧିତ

0

ଖୋର୍ଦ୍ଧା : ଆଜି ଜିଲା ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ପୁଲିସ ଜିଲାର ୨୧ ଜଣ କର୍ମଚାରୀ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ସମୟରେ ଡ୍ୟୁଟି କରିଥିବା ସମୟରେ ଏହି କର୍ମଚାରୀମାନେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଏହି କର୍ମଚାରୀମାନେ ପରେ ସୁସ୍ଥ ହୋଇ ଫେରି କାର୍ଯ୍ୟରେ ଯୋଗଦେଇଛନ୍ତି ।

ତେବେ ସେମାନେ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେବା ପରେ ଆଜି ଏହି କର୍ମଚାରୀମାନଙ୍କୁ ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି, ଏସପି ଅଜେୟ ପ୍ରତାପ ସ୍ୱାଇଁ ପୁଲତୋଡା ଦେଇ ସମ୍ବର୍ଦ୍ଧିର୍ତ କରିଛନ୍ତି । ଏହି ସମ୍ବର୍ଦ୍ଧନା ଉସôବରେ ଅତିରିକ୍ତ ଏସପି, ଡିଏସପି, ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ବହୁ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ ।

ତେବେ କରୋନା ଯୋଦ୍ଧା ତଥା ପୁଲିସ ଏଏସଆଇ ମୁରଲୀଧର ବଳିଆରସିଂହଙ୍କ ମୃତ୍ୟୁରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା

Leave A Reply