ନୂଆଦିଲ୍ଲୀ : ଯଦି ଆପଣ ରାଜଧାନୀ ଦିଲ୍ଲୀରେ ରହୁଛନ୍ତି ଓ ସିଲମ ପୁର ଟ୍ରାଫିକ ପୋଷ୍ଟରେ ଯାଉଥିବା ବେଳେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଟ୍ରାଫିକ ପୋଲିସ ଭଳି ଡ୍ରେସ ପିନ୍ଧି ଅନେକ ବର୍ଷରୁ ଟ୍ରାଫିକ ବ୍ୟବସ୍ଥାକୁ ସଞ୍ଚାଳିତ କରୁଥିବା ଦେଖିଥିବେ l ସେହି ବ୍ୟକ୍ତିଙ୍କର ନାମ ହେଉଛି ଗଙ୍ଗରାମ ,ଯିଏ ଗତ ୩୨ ବର୍ଷ ହେଲାଣି ବିନା କୌଣସି ପାରିଶ୍ରମିକରେ କାମ କରୁଛନ୍ତି l ଗଙ୍ଗରାମ ସକାଳ ୯ ଟା ରୁ ନେଇ ରାତି ୧୦ ଟା ପର୍ଯ୍ୟନ୍ତ ସିଲମପୁର ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିଥାନ୍ତି l
ଏହି ସମୟରେ ଖଣ୍ଡିଏ ବାଡି଼କୁ ନିଜ କାଖରେ ଯାକିଥାନ୍ତି ,ଯାହା ସାହାଯ୍ୟରେ ସେ ଲୋକ ମାନଙ୍କୁ ଟ୍ରାଫିକ ନିର୍ଦେଶ ଦେଇଥାନ୍ତି l ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ଯେ କଣ ପାଇଁ ଗଙ୍ଗରାମ ବିନା ବେତନରେ ୩୨ ବର୍ଷ ହେଲାଣି କାମ କରୁଛନ୍ତି l ଗଙ୍ଗରାମ ଙ୍କର ଏପରି କରିବା ପଛରେ ଗୋଟିଏ ବଡ କାରଣ ରହିଛି l ଗୋଟିଏ ସଡକ ଦୁର୍ଘଟଣା ଯାହା ତାଙ୍କ ପୁଅକୁ ତାଙ୍କ ପାଖରୁ ଛାଡ଼ି ନେଇଥିଲା ଓ ଏହିପରି ଅନ୍ୟଏକ ସଡକ ଦୁର୍ଘଟଣାରେ ତାଙ୍କର ପତ୍ନୀ ମଧ୍ୟ ମୃତ୍ୟୁ ବାରଣ କରିଥିଲେ l ଗଙ୍ଗରାମ ପୁଅ ଓ ପତ୍ନୀଙ୍କୁ ହରାଇବା ପରେ ପ୍ରତିଜ୍ଞା କଲେ ଯେ ଯେତେଦିନ ପର୍ଯ୍ୟନ୍ତ ବଞ୍ଚି ରହିବେ ନିଜ ଇଲାକାର ଟ୍ରାଫିକ ବ୍ୟବସ୍ଥାକୁ ସମ୍ଭାଳିବାର କାମ କରିବେ l
ତାଙ୍କର ଏହି କାମ ପାଇଁ ଅଧିକାଂଶ ଲୋକ ତାଙ୍କୁ ପ୍ରଶଂସା କରିଥାନ୍ତି ଓ କିଛି ଲୋକ ନୂଆ ପୋଷାକ ମଧ୍ୟ ତାଙ୍କୁ ଦେବାକୁ ଚାହଁନ୍ତି ,ହେଲେ ସେ କାହାରି ପାଖରୁ କୌଣସି ଉପହାର ନେବା ପାଇଁ ମନା କରିଦିଅନ୍ତି l ବିନା କୌଣସି ସ୍ୱାର୍ଥରେ ସେ ଏହି କାମ କରିବାର ଅର୍ଥ ବୁଝାଇ କହିଛନ୍ତି ଯେ ମୁଁ ଚାହୁଁଛି ସମସ୍ତେ ବିନା ବାଧାରେ ସୁରକ୍ଷିତରେ ଘରେ ପହଞ୍ଚନ୍ତୁ l ପୂର୍ବରୁ ଗଙ୍ଗରାମ ଙ୍କର ଗୋଟିଏ ଇଲେକ୍ଟ୍ରି ଦୋକାନ ଥିଲା ,ପୁଅ ଓ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନ ବଦଳି ଗଲା l କରୋନା ମହାମାରୀ ସମୟରେ ଯେତେବେଳେ ସମସ୍ତେ ସଂକ୍ରମଣକୁ ଡରି ନିଜ ଘରେ ରହୁଛନ୍ତି ସେତେବେଳେ ଗଙ୍ଗରାମ ନିସ୍ଵାର୍ଥପର ସେବା କରୁଛନ୍ତି l ତାଙ୍କୁ ପ୍ରତ୍ୟକ ବର୍ଷ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ରେ ଅଧିକାଂଶ ସଂସ୍ଥା ସମ୍ମାନିତ କରିଥାନ୍ତି ଓ ପୋଲିସ ମଧ୍ୟ ତାଙ୍କୁ ଅନେକ ମେଡାଲ ଦେଇଛି l
