ଖୋଦ୍ଧା,୧୬ା୮: ଖୋର୍ଦ୍ଧା ଜିଲ୍ଲା ସଦରମହକୁମାରେ ୭୪ତମ ସ୍ୱାଧିନତା ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ସମାରୋହରେ ମୁଖ୍ୟଅତିଥିଭାବେ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ବିଜେବି ହାଇସ୍କୁଲ ଖେଳପଡିଆଠାରେ ପତାକା ଉତୋଳନ କରିଥିଲେ । ଦେଶ ଓ ରାଜ୍ୟର ମହାନ ସ୍ୱାଧିନତା ସଂଗ୍ରାମୀ ଯେଉଁମାନେ ଦେଶକୁ ସ୍ୱାଧିନ କରିବା ପାଇଁ ପ୍ରମୁଖ ଭୁମିକା ନେଇଥିଲେ ସେମାନଙ୍କ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ଖୋର୍ଦ୍ଧା ମାଟି ବୀରତ୍ୱ ଓ ସ୍ୱାଭିମାନର ମାଟି । ସିପାହୀ ବିଦ୍ରୋହର ବହୁ ପୂର୍ବରୁ ୧୮୧୭ ମସିହାରେ ଖୋର୍ଦ୍ଧାରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିଲା । ଖୋର୍ଦ୍ଧା ମାଟିର ବୀର ପାଇକ ସମବେତଭାବେ ଇଂରେଜମାନଙ୍କୁ ପ୍ରତିରୋଧ କରିଥିଲେ । ବକ୍ସି ଜଗବନ୍ଧୁ ବିଦ୍ୟାଧର ଓ ଖୋର୍ଦ୍ଧା ମାଟିର ସଂଗ୍ରାମୀ ବୀରମାନଙ୍କୁ ମନ୍ତ୍ରୀ ଶ୍ରୀ ମିଶ୍ର ସମ୍ମାନ ଓ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।ଉକ୍ତଳ ଗୌରବ ମଧୁସୁଦନ, ଉକ୍ତଳମଣି ଗୋପବନ୍ଧୁ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ରମାଦେବୀ ଓ ଅନ୍ୟ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
ସ୍ୱାଧିନତା ଲାଭ କରିବାର ୭୩ବର୍ଷ ମଧ୍ୟରେ ଆମ ଦେଶ ଓ ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିଛି । ଓଡିଶା ପ୍ରଗତି ପଥରେ ଆଗେଇ ଚାଲିଛି । ବିଗତ ୨୦ବର୍ଷ ମଧ୍ୟରେ ଓଡିଶାର ବିକାଶ ସାଧନ ହୋଇଛି । କୃଷି, ଶିଳ୍ପ ର ବିକାଶ, ଗ୍ରାମୀଣ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇଛି । କୃଷକ ଓ ଶ୍ରମିକମାନଙ୍କର ଉନ୍ନତି ନିମନ୍ତେ ସରକାର ଗୁରୁତ୍ୱ ଦେଉଛନ୍ତି । ତେବେ ଓଡିଶାକୁ ସମୃଦ୍ଧ ଓ ଗୌରବମୟ କରିବାକୁ ସ୍ୱାଧିନତା ଦିବସ ଅବସରରେ ସଂକଳ୍ପ ନେବାକୁ ମୁଖ୍ୟଅତିଥି ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ ।
କୋଭିଡ ପରିସ୍ଥିତି ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଯେଉଁ କାର୍ଯ୍ୟକ୍ରମ ହେଉଛି ତାହା ଜାତୀୟ ଓ ବିଶ୍ୱ ସ୍ତରରେ ପ୍ରଶଂସିତ ହୋଇଛି । ରାଜ୍ୟରେ ୩୮ଟି କୋଭିଡ ହସ୍ପିଟାଲ ହୋଇଛି । କୋଭିଡ ପରିସ୍ଥିତି ନିୟନ୍ତ୍ରଣ ଓ ପରିଚାଳନା ଲାଗି ଗୁରୁତ୍ୱ ଦିଆଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଓ କୋଭିଡ ନିୟମ ପାଳନ କରି ଆମେ କୋଭିଡ ଯୁଦ୍ଧରେ ଜୟଜୁକ୍ତ ହେବା ବୋଲି ମନ୍ତ୍ରୀ କହିଥିଲେ । ସ୍ୱାଧିନତା ଦିବସ ଉସôବକୁ ନିମନ୍ତ୍ରିତ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କୁ ମୁଖ୍ୟ ଅତିଥି ଅଭିନନ୍ଦନ ଜଣାଇଥିଲେ ।
ସ୍ୱାଧିନତା ଦିବସ ସମାରୋହରେ ଜିଲ୍ଲାପାଳ ସନତ କୁମାର ମହାନ୍ତି, ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା ମନୋଜ କୁମାର ପାଢୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସପଟ୍ଟନାୟକ, ଆଡିସିନାଲ ଏସପି କୃତିବାସ ଜେନା, ପିଡି ଡିଆରଡିଏ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଖୋର୍ଦ୍ଧା ଅଶୋକ କୁମାର ବେହୁରିଆ, ଖୋର୍ଦ୍ଧା ପୌରନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀଙ୍କ ସମେତ ପୁଲିସ ଅଧିକାରୀ, ବିଭିନ୍ନ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସ୍ୱାଧିନତାଂ ଦିବସ ଉପଲକ୍ଷେ ପ୍ରାତଃ ସମୟରେ ଖୋର୍ଦ୍ଧା ପୌରଂଚଳରେ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ଗାନ କରାଯାଇଥିଲା । ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଓ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା