ଖୋର୍ଦ୍ଧା,୧୬ା୮: ସ୍ଥାନୀୟ ବିଡିଏ କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ମୋ ପରିବାର ଖୋର୍ଦ୍ଧା ଶାଖା ପକ୍ଷରୁ ଗତ ୯ତାରିଖରୁ ସପ୍ତାହ ବ୍ୟାପି ଚାଲିଥିବା ରକ୍ତଦାନ ଶିବିର ଶନିବାର ଦିନ ଉଦଯାପିତ ହୋଇଯାଇଛିି । ଓଡିଶା ମୋ ପରିବାର ର ଜିଲା ସଂଯୋଜକ ଦିଲୀପ କୁମାର ହୋତାଙ୍କ ସଂଯୋଜନାରେ ଉଦଯାପନୀ ଶିବିରରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଶକ୍ତି, ଗୃହ, ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ଜିଲ୍ଲାପାଳ ସନତ ମହାନ୍ତି, ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟ, ଉପସଭାପତି ରୁଦ୍ରନାଥ ଦତ, ବିଜେଡି ଜିଲ୍ଲା ଯୁବ ସଂଯୋଜକ ଲଳିତ ମୋହନ ମହାପାତ୍ର, ନିର୍ବାଚନମଣ୍ଡଳୀ ସଂଯୋଜକ ଗୌତମ ମିଶ୍ର, ପୂର୍ବତନ କାଉନ୍ସିଲର ବିଭୁପ୍ରସାଦ ସାହୁ, ସଂପାଦକ ଅମିତ ପ୍ରଧାନ, ରାଜ୍ୟ ଛାତ୍ର ବିଜେଡି ସଂଯୋଜକ ନସିମ ଖାଁ, ବିଜୟ ସେଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉସôାହିତ କରିଥିଲେ । ଶିବିରର ସପ୍ତାହକରେ ମୋଠ ୩୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାଯାଇଛି । ସପ୍ତାହେ ବ୍ୟାପି ଚାଲିଥିବା ରକ୍ତଦାନ ଶିବିରକୁ ଖୋର୍ଦ୍ଧା ରକ୍ତ ଭଣ୍ଡାରର ଡାକ୍ତର ସ୍ୱରୁପ ରଞ୍ଜନ ସାହୁ, ଡା. ମମତା ନାୟକ, ଟେକନିସିଆନ ମଞ୍ଜୁ ସାହୁ, ଅରୁଣ ସ୍ୱାଇଁ ରୁପେସ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।