Odisha news

ଅଗଷ୍ଟ ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସଟଡାଉନ କୋହଳ

0

ଖୋର୍ଦ୍ଧା ୧୩.୮: ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ନିଦେ୍ର୍ଦଶାନୁଯାୟୀ ଖୋର୍ଦ୍ଧାରେ ଚଳିତ ମାସ ୧୫ ତାରିଖ ଦିନ ଦିନ ୧୧ଟା ପର୍ଯ୍ୟନ୍ତ ସଟଡାଉନ କଟକଣାକୁ କୋହଳ କରାଯାଇଛି । ପ୍ରକାଶଥାଉକି ସ୍ୱାଧିନତା ଦିବସ ଦିନ ତଥା ଚଳିତ ମାସ ୧୫ ତାରିଖଦିନ ଶନିବାର ପଡୁଥିବାରୁ ସେହି ଦିନ ସଂପୂର୍ଣ୍ଣ ସଟଡାଉନକୁ ଅଳ୍ପ ସମୟ ପର୍ଯ୍ୟନ୍ତ କୋହଳ କରାଯାଇଛି ।

ସକାଳ ୧୧ ଟା ଯାଏ ଜାତୀୟ ପତାକା ଉତୋଳନ ପାଇଁ ଏହି କଟକଣା କୋହଳ କରାଯାଇଛି । ଜନସାଧାରଣ ସାମାଜିକ ଦୂରତା ରକ୍ଷା କରିବେ, ମାସ୍କ ପିନ୍ଧିବେ ଏବଂ କୋଭିଡ ନିୟମ ପାଳନ କରିବେ । ସର୍ବସାଧାରଣସ୍ଥଳରେ ୧୦ ଜଣରୁ ଅଧିକ ଲୋକ ଏକାଠି ହେବେ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply