ଖୋର୍ଦ୍ଧା: ସ୍ଥାନୀୟ ବିଡିଏ କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ମୋ ପରିବାର ଖୋର୍ଦ୍ଧା ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛିି । ଜିଲା ସଂଯୋଜକ ଦିଲୀପ କୁମାର ହୋତାଙ୍କ ସଂଯୋଜନାରେ ଏହି ଶିବିର କୁ ‘ମୋ ପରିବାର’ ର ରାଜ୍ୟ ସଂଯୋଜକ ତଥା ମୁମ୍ବାଇ ପୂର୍ବତନ ପୁଲିସ ମହାନିଦେ୍ର୍ଦଶକ ଅରୂପ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ ।
ଅନ୍ୟତମ ଅତିଥିଭାବେ ଜିଲା ପରିଷଦ ସଭାପତି ପ୍ରଫୁଲ କୁମାର ଦଳେଇ, ଜିଲା ଯୁବ ବିଜେଡି ସଭାପତି ବିଷ୍ଣୁପ୍ରସାଦ ଡେଙ୍ଗ, ଜିଲା ଯୁବ ବିଜେଡି ସଂଯୋଜକ ଲଳିତ ମୋହନ ମହାପାତ୍ର, ନିର୍ବାଚନମଣ୍ଡଳୀ ସଂଯୋଜକ ଗୈାତମ ମିଶ୍ର, ବିଭୁପ୍ରସାଦ ସାହୁ, ଜିଲା ଉପସଭାପତି ରୁଦ୍ରନାଥ ଦତ, ସଂପାଦକ ଅମିତ ପ୍ରଧାନ, ରାଜ୍ୟ ଛାତ୍ର ବିଜେଡି ସଂଯୋଜକ ନସିମ ଖାଁ, ନଗର ସଭାପତି ମହମଦ ଆରିଫ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉସôାହିତ କରିଥିଲେ । ଆଜି ପ୍ରଥମ ଦିବସରେ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାଗର ବାରିକ, ରମେଶ ସ୍ୱାଇଁ, ଦିଲୀପ ପରିଡା, ମହିଳା ନେତ୍ରୀ ଶର୍ମିଷ୍ଠା ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ସଂଯୋଜକ ଶ୍ରୀ ହୋତା ସୂଚନା ଦେଇଛନ୍ତି ।