Odisha news

ଖୋର୍ଦ୍ଧା ବ୍ଳକ ୩ଟି ୱାର୍ଡ ୭୨ଘଂଟା ସଟଡାଉନ

0

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଳକ ବରସାହି ପଂଚାୟତରେ ଶୁକ୍ରବାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଂଚ ମୁଠୁରୀ ନାୟକ ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରି ଏହି ପଂଚାୟତର ୩ଟି ୱାର୍ଡକୁ ୭୨ ଘଂଟା ଲାଗି ସଟଡାଉନ ଘୋଷଣା କରିଛନ୍ତି ।

ବରସାହି ଗ୍ରାମର ୬ ଓ ୭ ନମ୍ବର ୱାର୍ଡ ଏବଂ ଠାକୁରପଡା ଗ୍ରାମର ୧୧ ନଂ ୱାର୍ଡକୁ ୩୧(ଶୁକ୍ରବାର) ମଧ୍ୟାହ୍ନ ଠାରୁ ଅଗଷ୍ଟ ୩ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ସଟଡାଉନ ସମୟରେ ଏହି ତିନି ୱାର୍ଡର ବାସିନ୍ଦା ବାହାରକୁ ଯିବେ ନାହିଁ । ଅଥବା ବାହାର ଗ୍ରାମର ଏବଂ ଅନ୍ୟ ୱାର୍ଡ ବାସିନ୍ଦା ଏହି ଜୋନ ମଧ୍ୟକୁ ପ୍ରବେଶ କରିବେ ନାହିଁ ବୋଲି ସରପଂଚ ନାୟକ ଉଲ୍ଲେଖ କରିଛନ୍ତି ।

 

Leave A Reply