Odisha news

ଭିଡିଓ କଡ଼ଫରେନ୍ସିଂ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ବୈଠକ

0

ଖୋର୍ଦ୍ଧା : ୫ମ ଜିଲ୍ଲାପରିଷଦ ଖୋର୍ଦ୍ଧାର ଷଷ୍ଠ ସାଧାରଣ ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ ଅଧ୍ୟକ୍ଷତା କରି କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେଉଥିବା କହିଥିଲେ ।

୫ମ ବୈଠକର ବୀବରଣୀ ଆଲୋଚନା ପୂର୍ବକ ଦୃଢୀକରଣ ନିମନ୍ତେ ଉପସ୍ଥାପନ କରାଯାଇଥିଲା । ୨୦୨୦-୨୧ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନା ବାର୍ଷିକ କାର୍ଯ୍ୟ ଖସଡା ଅନୁମୋଦନ ପାଇଁ ଉପସ୍ଥାପନା କରାଗଲା । ସମସ୍ତ ବ୍ଲକ୍ ଓ ଲାଇନ ଡିପାର୍ଟମେଂଟ ର ଚଳିତ ଆର୍ଥିକ ବର୍ଷର ବାର୍ଷିକ ବଜେଟ ପ୍ରସ୍ତୁତ କରାଯାଇଛି । ବୈଠକରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇଥିଲେ । କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ କ୍ୱାରେଂଟାଇନରେ ରହିବା ସହ ଜୀବନ ଜିବିକା ରକ୍ଷା ପାଇଁ ଗୁରୁତ୍ୱ ଦେଇଥିଲେ । କରୋନା ଯୋଦ୍ଧାଙ୍କୁ ଉସôାହିତ କରିବା ଲାଗି ସେ କହିଥିଲେ । ଏଥିସହିତ ବିଭିନ୍ନ ବ୍ଲକ୍ ର ବିଡିଓମାନେ ବ୍ଲକ୍ ରେ ଖର୍ଚ୍ଚ ନହୋଇ ରହିଥିବା ଅର୍ଥ ବିଷୟରେ ଜିଲ୍ଲାପରିଷଦଙ୍କୁ ଜଣାଇବାକୁ କହିଥିଲେ ।

ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ସିତାଂଶୁ କୁମାର ରାଉତ କୋଭିଡ ୧୬ପାଇଁ ଯେଉଁସବୁ ପଦକ୍ଷେପମାନ ନିଆଯାଇଛି ସେ ସମ୍ପର୍କରେ କହିଥିଲେ । କୋଭିଡ କେୟାର ସେଂଟର ଓ କୋଭିଡ ହସ୍ପିଟାଲ ସମ୍ପକରେ କହିଥିଲେ । ତେବେ ବିଧାୟକ ଖୋର୍ଦ୍ଧା ଜ୍ୟୋତିରେନ୍ଦ୍ରନାଥ ମିତ୍ର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ଏବଂ ରୋଗୀ କଲ୍ୟାଣ ସମିତି ବୈଠକ ପାଇଁ କହିଥିଲେ । ବିଧାୟକ ଚିଲିକା ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେ୍ଦବ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟ ସମ୍ପର୍କରେ କହିଥିଲେ । ବିଧାୟକ ଜୟଦେବ ପ୍ଲାଜମା ଦାନ ସମ୍ପର୍କରେ ଆଲୋଚନା କରିଥିଲେ ।

ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଦିଜନ୍ତ ରାଉତରାୟ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନା କାର୍ଯ୍ୟ ଓ ଜିଲ୍ଲା ପରିଷଦକୁ ଆସିଥିବା ଆର୍ଥିକ ଅନୁଦାନ ବଂଟନ ବିଷୟରେ କହିଥିଲେ ।ଶ୍ରମ ଭିତିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । କୃଷି ଭିବାଗର କାର୍ଯ୍ୟକ୍ରମ ସମ୍ପର୍କରେ ଉପନିଦେ୍ର୍ଦଶକ, କୃଷି ଓ ଜିଲ୍ଲାକୃଷି ଅଧିକାରୀ କହିଥିଲେ । ଚାଷୀମାନଙ୍କୁ ସାର ଓ ବିହନ ଯୋଗାଇଦିଆଯାଇଛି । ଅଧିକ ଫାର୍ମ ପଣ୍ଡ ଓ ଡଗୱେଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଥିଲେ । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଚାଷୀମାନେ କିପରି ଉପକୃତ ହେବେ ସେଥିପାଇର୍ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେ୍ଦବ ଗୁରୁତ୍ୱ ଦେଇଥିଲେ । ତହସିଲଦାରମାନେ ସଠିକ ସମୟରେ ଭୂମି ସମ୍ପର୍କିତ ବୀବରଣୀ ପ୍ରଦାନ କଲେ ଗରିବ ଚାଷୀ ଓ ହିତାଧିକାରମାନେ ଉପକୃତହେବେ ବୋଲି ବିଧାୟକ ଢାଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜିଲ୍ଲାପରିଷଦ ସଭ୍ୟା ଓ ସଭ୍ୟା, ବିଭିନ୍ନ ବିଭାଗର ଅଧିକାରୀ, ପଂଚାୟତ ସମିତି ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ବିଡିଓ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପରିଷଦ ସଭ୍ୟା ଓ ସଭ୍ୟ ଉପସ୍ଥିତ ରହି ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ । ଶେଷରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply