ସୁରକ୍ଷିତ ଓ ସୁଚାରୁ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ନିଜର ନିଷ୍ଠା, ସଜାଗତା ଏବଂ ଅତୁଳନୀୟ ଯୋଗଦାନ ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳର ୮ ଜଣ ରେଳ କର୍ମଚାରୀଙ୍କୁ ଖୋର୍ଦ୍ଧାରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରିଛନ୍ତି। ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମାରୋହରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି. କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ଶ୍ରୀ ରାଜଧାରୀ ଯାଦବ ଏବଂ ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଶ୍ରୀ ନମୋନାରାୟଣ ମିନା ଙ୍କ ସମେତ ମଣ୍ଡଳର ଶାଖା ଅଧିକାରୀ ଉପସ୍ଥିତ ଥିଲେ।
ସମ୍ମାନିତ କର୍ମଚାରୀମାନେ ହେଲେ— ଶ୍ରୀ ଇମ୍ରାନ ଅହମଦ, ବରିଷ୍ଠ ସହକାରୀ ଲୋକୋ ପାଇଲଟ/ ଯଖପୁରା , ଶ୍ରୀ ସୁନୀଲ କୁମାର, ଲୋକୋ ପାଇଲଟ/ ଯଖପୁରା, ଶ୍ରୀ ସରୋଜ କୁମାର ସାହୁ, ଲୋକୋ ପାଇଲଟ /ଯଖପୁରା, ମହମ୍ମଦ ଜିଶାନ ଅଶ୍ରଫ, ବରିଷ୍ଠ ସହକାରୀ ଲୋକୋ ପାଇଲଟ /ଖୋର୍ଦ୍ଧା ରୋଡ ,ଶ୍ରୀ ହେମନ୍ତ କୁମାର ମହନ୍ତ, ଲୋକୋ ପାଇଲଟ /ଖୋର୍ଦ୍ଧା ରୋଡ, ଶ୍ରୀ ପୀୟୂଷ କୁମାର ମିଶ୍ର, ଟି.ପି.ଏମ.ବି / ଟାଙ୍ଗିରିଆପାଲ, ଶ୍ରୀ ଅଜୟ କୁମାର ବେହେରା, ଲୋକୋ ପାଇଲଟ /ପାରାଦୀପ
ସମାରୋହରେ ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରି ଶ୍ରୀ ଡି. ସୁନିଲ ପୁରସ୍କାରପ୍ରାପ୍ତ କର୍ମଚାରୀମାନଙ୍କର କର୍ତ୍ତବ୍ୟନିଷ୍ଠା, ସଜାଗତା ଓ ତତ୍ପରତାକୁ ପ୍ରଶଂସା କରିଥିଲେ। ସମ୍ଭାବ୍ୟ ସୁରକ୍ଷା ବିପଦକୁ ରୋକିବା ସହ ଟ୍ରେନ୍ଗୁଡ଼ିକର ସୁରକ୍ଷିତ ଓ ସୁଚାରୁ ଚଳାଚଳ ସୁନିଶ୍ଚିତ କରିବାରେ ସେମାନଙ୍କର ତ୍ୱରିତ ପଦକ୍ଷେପ ଓ ସଚେତନତାକୁ ସେ ପ୍ରଶଂସା କରିଥିଲେ। ସମସ୍ତ ରେଳ କର୍ମଚାରୀଙ୍କୁ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡ
ବଜାୟ ରଖିବା ସହ ନିଜ କର୍ତ୍ତବ୍ୟ ପ୍ରତି ସର୍ବଦା ସଜାଗ ଓ ପ୍ରତିବଦ୍ଧ ରହିବାକୁ ସେ ଆହ୍ୱାନ ଦେଇଥିଲେ।
ସୁରକ୍ଷା ପ୍ରତି ଅସାଧାରଣ ନିଷ୍ଠା ପ୍ରଦର୍ଶନ କରୁଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ୍ ସଦା ସର୍ବଦା ପ୍ରତିବଦ୍ଧ । ଏହା ସୁରକ୍ଷିତ, ନିରାପଦ ଏବଂ କାର୍ଯ୍ୟକ୍ଷମ ରେଳ ଚଳାଚଳ ଉପରେ ଭାରତୀୟ ରେଳବାଇର ଅବିଚଳ ଧ୍ୟାନକୁ ଆହୁରି ସୁଦୃଢ଼ କରିଥାଏ
ସୁରକ୍ଷା ପ୍ରତି ଅସାଧାରଣ ନିଷ୍ଠା ପ୍ରଦର୍ଶନ କରୁଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ୍ ସଦା ସର୍ବଦା ପ୍ରତିବଦ୍ଧ । ଏହା ସୁରକ୍ଷିତ, ନିରାପଦ ଏବଂ କାର୍ଯ୍ୟକ୍ଷମ ରେଳ ଚଳାଚଳ ଉପରେ ଭାରତୀୟ ରେଳବାଇର ଅବିଚଳ ଧ୍ୟାନକୁ ଆହୁରି ସୁଦୃଢ଼ କରିଥାଏ
ଏହି କାର୍ଯ୍ୟକ୍ରମଟି ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଶ୍ରୀ ନମୋନାରାୟଣ ମୀନାଙ୍କ ମାର୍ଗଦର୍ଶନରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।
