• ରେଳବାଇ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନଙ୍କୁ ଡିଜିଟାଲ୍ ଜୀବନ ପ୍ରମାଣପତ୍ରର ଅସୁବିଧାମୁକ୍ତ ଦାଖଲ ପାଇଁ ସୁବିଧା ପ୍ରଦାନ କରିବା କ୍ଷେତ୍ରରେ ପଦକ୍ଷେପ I
ଖୋର୍ଦ୍ଧା ରୋଡ୍, 13 ନଭେମ୍ବର 2025 : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ରେଳବାଇ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନଙ୍କ ଦ୍ୱାରା ଡିଜିଟାଲ୍ ଜୀବନ ପ୍ରମାଣପତ୍ର (DLC) ର ସୁଗମ ଏବଂ ସୁବିଧାଜନକ ଭାବରେ ଦାଖଲ କରିବା ପାଇଁ ଖୋର୍ଦ୍ଧା ରୋଡ୍ ଠାରେ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମେଗା ଶିବିର ଆୟୋଜନ କରିଛି ।
ଅବସରପ୍ରାପ୍ତ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ବିନା ଅସୁବିଧାରେ ସେମାନଙ୍କର ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ଏବଂ ନିରନ୍ତର ପେନସନ ଲାଭ ପାଇପାରିବେ ତାହା ନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ଦେଶବ୍ୟାପୀ ଅଭିଯାନର ଏକ ଅଂଶ ।
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ବିଭିନ୍ନ ସ୍ଥାନରେ ରହୁଥିବା ପେନସନଭୋଗୀଙ୍କ ପାଇଁ ବ୍ୟାପକ ଅଂଶଗ୍ରହଣ ଏବଂ ସୁବିଧା ସୁନିଶ୍ଚିତ କରିବା ପାଇଁ, ନିମ୍ନଲିଖିତ ସ୍ଥାନ ଏବଂ ତାରିଖ ଉଲ୍ଲେଖ କରାଯାଉଅଛି _ ଭୁବନେଶ୍ୱର (ଷ୍ଟେସନ) 15 ନଭେମ୍ବର 2025 ରେ, କଟକ ରେଲୱେ ଇନଷ୍ଟିଚ୍ୟୁଟ୍ ଠାରେ 17 ନଭେମ୍ବର 2025 ରେ, କେନ୍ଦୁଝରଗଡ଼ ରେଲୱେ ଷ୍ଟେସନ 19 ନଭେମ୍ବର 2025 ରେ, ଅନୁଗୁଳ (ଇଲେକ୍ଟ୍ରିକ୍ ଲୋକୋ ସେଡ୍ ମିଟିଂ ହଲ୍) 20 ନଭେମ୍ବର 2025 ରେ, ତାଳଚେର ରେଲୱେ ଷ୍ଟେସନ 24 ନଭେମ୍ବର 2025 ରେ, ଭଦ୍ରକ ରେଲୱେ ଷ୍ଟେସନ 27 ନଭେମ୍ବର 2025 ରେ ଏବଂ ପାରାଦୀପ (ଏରିଆ ମ୍ୟାନେଜରଙ୍କ ଅଫିସ) 28 ନଭେମ୍ବର 2025 ରେ ଏହି ସମାନ ଶିବିର ଆୟୋଜନ କରାଯିବାର ସ୍ଥିର କରାଯାଇଛି ।
ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନଙ୍କୁ ସେମାନଙ୍କର ଡିଜିଟାଲ୍ ଜୀବନ ପ୍ରମାଣପତ୍ର ସୁଗମ ଭାବରେ ଦାଖଲ କରିବା ପାଇଁ ନିକଟତମ ସ୍ଥାନରେ ଆୟୋଜନ କରାଯାଉଥିବା ଶିବିରରେ ଯୋଗଦେବାକୁ କୁହାଯାଇଅଛି । ଯାଞ୍ଚ ଏବଂ ପ୍ରକ୍ରିୟାକରଣ ପାଇଁ ସେମାନଙ୍କୁ ସେମାନଙ୍କର ଆଧାର କାର୍ଡ, ପିପିଓ ନମ୍ବର, ପେନସନ ଆକାଉଣ୍ଟ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ୍ ନମ୍ବର (ଆଧାର ସହିତ ଲିଙ୍କ୍) ଆଣିବାକୁ ପରାମର୍ଶ ଦିଆଯାଇଛି ।
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ସମସ୍ତ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ସେମାନଙ୍କର ଡିଜିଟାଲ୍ ଜୀବନ ପ୍ରମାଣପତ୍ର ସମୟସୀମାରେ ଦାଖଲ କରିବା ପାଇଁ ଏହି ଶିବିରଗୁଡ଼ିକର ସୁବିଧା ନେବା ସହ ସୁଗମ ପେନସନ ପ୍ରାପ୍ୟ ଏବଂ ଅବସର ପରବର୍ତ୍ତୀ ସୁବିଧା ଉପଲବ୍ଧ ସୁନିଶ୍ଚିତ କରେଇ ନିୟନ୍ତୁ ।