Odisha news

ଖଲ୍ଲିକୋଟ : ଖୋଜାପଲ୍ଲୀ ର ଓଡ଼ିଆ ଦାଦନ ଶ୍ରମିକଙ୍କ ଦୁବାଇ ରେ ମୃତ୍ୟୁ ।

0

ଖଲ୍ଲିକୋଟ–୩/୭–ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରଓଡ଼ିଆ ଦାଦନ ଶ୍ରମିକଙ୍କ ଦୁବାଇ ରେ ମୃତ୍ୟୁ ଘଟିଥିବା ଖବର ମିଳିଛି ।ଖୋଜାପଲ୍ଲୀ ଗ୍ରାମର ସ୍ବର୍ଗତ ଗଂତେଇ ପ୍ରଧାନ ଙ୍କ ପୁତ୍ର ବଳରାମ ପ୍ରଧାନ(୩୬) ପରିବାର ଭରଣ ପୋଷଣ ପାଇଁ କାମ ଧନ୍ଦା ଅନ୍ୱେଷଣରେ ସୁଦୂର ଦୁବାଇ କୁ ଯାଇଥିଲେ ।ଗତ ଦେଢ଼ ବର୍ଷ ତଳେ ଦୁବାଇ ଯାଇଥିବା ବଳରାମ ସେଠାରେ କେପିଟାଲ ପ୍ରିକାଷ୍ଟ କଣ୍ଟ୍ରାକ୍ଟିଙ୍ଗ ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।ଗତ ଚାରି ଦିନ ତଳେ ତାଙ୍କ ନିକଟରେ ରହୁଥିବା ସେହି ଗ୍ରାମର ଜଣେ ଯୁବକ ହଠାତ ଫୋନ ଯୋଗେ ବଳରାମ ଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଜଣାଇଥିଲେ ।ମୃତ୍ୟୁ ଖବର ଶୁଣି ପୁରା ପରିବାର ହତବାକ ହୋଇଯାଇଥିଲେ ।ଘରେ ଥିବା ବିଧବା ମାଆ ମାୟା ପ୍ରଧାନ(୭୦)ପୁଅକୁ ଝୁରି ଝୁରି ବାହୁନି କାନ୍ଦୁଥିବା ବେଳେ ସ୍ତ୍ରୀ ନିବାସୀ ପ୍ରଧାନ ସ୍ୱାମୀ ଙ୍କ ମୃତ୍ୟୁ ଖବର ଶୁଣି ଦୁଃଖ ରେ ଭାଙ୍ଗି ପଡିଛନ୍ତି ।ନବମ ଶ୍ରେଣୀରେ ପଢ଼ୁଥିବା ବଡ଼ ପୁଅ ଆଲୋକ ଓ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସାନ ପୁଅ ଆକାଶ ବାପା ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ।ବଳରାମ ଘର ର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବା ରୁ ତାଙ୍କର ମୃତ୍ୟୁ ପରେଚାରି ପ୍ରାଣୀ କୁଟୁମ୍ବ କିପରି ଚଳିବ ଏବେ ସେ ଚିନ୍ତାରେ ପୁରା ପରିବାର ।ସ୍ତ୍ରୀ ନିବାସୀ ସ୍ୱାମୀ ଙ୍କ ମୃତ ଦେହକୁ ଦୁବାଇ ରୁ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ କୁ ଆକୁଳ ନିବେଦନ କରିଛନ୍ତି ।ଖଲ୍ଲିକୋଟ ଅଞ୍ଚଳରୁ ଦାଦନ ଖଟିବାକୁ ବାହାର ରାଜ୍ୟ ଓ ବିଦେଶ କୁ ଯାଇ କେତେ ଶ୍ରମିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି ତ ଆଉ କେତେକ ମୃତ୍ୟୁ ମୁଖରେ ପଡି ଶବ ହୋଇ ଗାଁ କୁ ଫେରୁଛନ୍ତି ।ଗତ ବର୍ଷ ପଥରା ଗ୍ରାମର ବସନ୍ତ ସାଧବ ଙ୍କ ଦୁବାଇ ରେ ମୃତ୍ୟୁ ଘଟିଥିଲା ।ଜିଲ୍ଲା ପ୍ରଶାସନ ର ପ୍ରଚେଷ୍ଟାରେ ମୃତ୍ୟୁ ର୯ଦିନ ପରେ ମରଶରୀରକୁ ଫେରାଇ ଅଣାଯାଇଥିଲା ।କାଇଠଡା ଗ୍ରାମର ଜୟ ଦଳେଇ ଙ୍କର ମଧ୍ୟ ଦୁବାଇ ରେ ମୃତ୍ୟୁ ହୋଇଥିଲା ।ଖୋଜାପଲ୍ଲୀ ଗ୍ରାମର ହରସ ସାମଲ କୁଏତ ରେ ମୃତ୍ୟୁ ବରଣ କରିଥିବା ବେଳେ ଦୀର୍ଘ ୨୭ ଦିନ ପରେ ହରସ ଙ୍କ ମୃତ ଦେହ ଗାଁ କୁ ଫେରିଥିଲା ।ଏହିପରି ଆହୁରି ଅନେକ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଅନେକେ ନିର୍ଯ୍ୟାତନା ପାଉଥିବା ଖବର ଖଲ୍ଲିକୋଟ ରେ ପହଂଚୁଛି ।ଖଲ୍ଲିକୋଟ ରେ କାମ ଧନ୍ଦା ର କୌଣସି ସୁଯୋଗ ନ ଥିବାରୁ ବେକାର ଯୁବକ ମାନେ ବିଦେଶ କୁ ଯାଉଛନ୍ତି ।ଏହାର ଫାଇଦା ନେଉଛନ୍ତି ଦଲାଲ ମାନେ ।

Leave A Reply