ଆମ ସମସ୍ତଙ୍କ ଘରେ ଖଜୁରୀ ରହିଥାଏ । ଆମେ ଏହାକୁ ପ୍ରାୟ ଖଟା କରିବାରେ ବ୍ୟବହାର କରିଥାଉ । ଖଜୁରୀ ଖଟା ପାଟିକୁ ଖୁବ୍ ସୁସ୍ୱାଦୁ ଲାଗିଥାଏ । କିନ୍ତୁ ଆମ ମାନଙ୍କ ମଧ୍ୟରୁ ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ ଖଜୁରୀ ର ସ୍ବାସ୍ଥ୍ୟଗତ ଲାଭ ବିଷୟରେ । ଏଥିରେ ଥିବା ପୋଷାକ ତତ୍ତ୍ଵ ଶରୀର ପାଇଁ ଖୁବ୍ ହିତକର ।
ଆସନ୍ତୁ ଆଜି ଜାଣିବା ଖଜୁରୀ ର ହିତକର ଗୁଣ ବିଷୟରେ । କାହିଁକି କୁହାଯାଏ ଖଜୁରୀ କୁ ଖାଲି ପେଟରେ ଖାଇବା ପାଇଁ ।
* ଖଜୁରୀ ରେ ଭରପୁର ମାତ୍ରାରେ ପୋଟାସିୟମ ରହିଛି । ପୋଟାସିୟମ ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ । ତେଣୁ ଉଚ୍ଚ ରକ୍ତଚାପ ରୋଗୀମାନେ ନିୟମିତ ସକାଳୁ ଖାଲି ପେଟରେ ଖଜୁରୀ ଖାଇବା ଦ୍ବାରା ପାଇବେ ଅନେକ ଲାଭ ।
* ଖାଲି ପେଟରେ ଖଜୁରୀ ଖାଇବା ଦ୍ବାରା ହୃତପିଣ୍ଡ ପାଇଁ ଖୁବ୍ ଲାଭ ଦାୟକ ଅଟେ । ହୃତପିଣ୍ଡ ସୁସ୍ଥ ରହିବା ସହ ହୃଦଘାତ ସମସ୍ୟା ଦୂର ହୋଇଥାଏ ।
* ଖଜୁରୀ ରେ ଫାଇବର ପରିମାଣ ଅଧିକ ରହିଥିବା କାରଣରୁ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ ଗ୍ୟାସ୍ ଏସିଡିଟି ଇତ୍ୟାଦି ସମସ୍ୟା ଦୂର ହୋଇଥାଏ । ତେଣୁ ଖାଲି ପେଟରେ ଖଜୁରୀ ଖାଇବା ହିତକର ଅଟେ ।
* ଖଜୁରୀ ରେ କ୍ୟାଲସିୟମ ରହିଥିବା କାରଣରୁ ହାଡ ମଜବୁତ୍ ହୋଇଥାଏ । ହାଡ ଜନିତ ସମସ୍ୟା ପାଇଁ ସବୁଦିନ ରାତିରେ ଗୋଟିଏ ଗ୍ଲାସ୍ ଉଷୁମ କ୍ଷୀର ସହିତ ଖଜୁରୀ ଖାଇବା ଉଚିତ୍ । ଏହା ବ୍ୟତୀତ ଖଜୁରୀ କୋଲଷ୍ଟ୍ରାଲ୍ ସମସ୍ୟାକୁ ମଧ୍ୟ ଦୁର କରିଥାଏ ।
* ନ୍ୟୁଟ୍ରିଏଣ୍ଟ ରେ ଭରପୁର ହୋଇଥିବା କାରଣରୁ ଖଜୁରୀ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ ଓ ପୁରୁଷ ମାନଙ୍କର ଶାରିରୀକ କ୍ଷମତା ବୃଦ୍ଧି ହୋଇଥାଏ ।
* ଖଜୁରୀ ମସ୍ତିଷ୍କର ବିକାସ କରାଇଥାଏ । ତେଣୁ ଗର୍ଭବତୀ ମା ମାନେ ଖଜୁରୀ ଖାଇଲେ ଶିଶୁର ମସ୍ତିଷ୍କ ଭଲରେ ବିକଶିତ ହୁଏ । ଖଜୁରୀ ଖାଇଲେ କେଶ୍ ଝାଡ଼ିବା ମଧ୍ୟ ବନ୍ଦ୍ ହୋଇଥାଏ । ଖଜୁରୀ ଖାଇଲେ ତ୍ଵଚରେ ଚମକ୍ ଆସିଥାଏ ।
Comments are closed.