ଖଇରା-୦୯/୦୮ : ବାଲେଶ୍ୱର ଜିଲା ଖଇରା ଥାନା ଗଣ୍ଡିବେଡ ଗ୍ରାମ ରାଉଳସାହି ର ମିନାକ୍ଷୀ ରାଉଳ ରୋଷେଇ ଘର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖନ୍ତାପଡାଅଞ୍ଚଳର ମିନାକ୍ଷୀ ଅନୁ୍ୟନ ୮ବର୍ଷ ତଳେ ଗଣ୍ଡିବେଡର ସଞ୍ଜୟ ରାଉଳଙ୍କୁ ବିବାହ କରିଥିଲେ । କ୍ରମାଗତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାହାକୁ ଚାପିବା ପାଇଁ ପ୍ରଥମେ ଔଷଧ ଖାଇଥିଲେ । ନ କମିବାରୁ ଅସ୍ତ୍ରୋପଚାର କରାଯାଇଥିଲା । ହେଲେ କିଛି ଉପସମ ନମିଳିବାରୁ ଶେଷରେ ଆତ୍ମହତ୍ୟା ପଥ ବାଛିଥିବାର ତାଙ୍କ ହାତଲେଖା ଡାଇରୀରୁ ଜଣାପଡିଛି । ଖଇରା ପୋଲିସ ଏକ ଅପମୃତୁ୍ୟ ମାମଲା(୩୨/୨୨) ରୁଜୁ କରିବା ସହ ସୁଇସାଇଡ ନୋଟକୁ ଜବତ କରିଛି । ମୋ ମୃତୁ୍ୟ ପାଇଁ କେହି ଦାୟୀ ନୁହଁନ୍ତି । ଯନ୍ତ୍ରଣା ପାଇଁ ଆଉ କେତେ ଔଷଧ ଖାଇବି ? ମୁଁ ଆତ୍ମହତ୍ୟା କରୁଛି । ମୋ ଝିଅର ଦାୟିତ୍ୱ ସମସ୍ତଙ୍କୁ ଲାଗିଲା ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି । ମୀନାକ୍ଷୀଙ୍କ ସ୍ୱାମୀ ଆର୍ମିରେ କାର୍ଯରତ ଥିବା ବେଳେ ମିନାକ୍ଷୀ ସୋରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢାଉଥିଲେ । ରବିବାର ଦିନ ଶ୍ୱଶୁର ଘରକୁୁ ଆସିଥିଲେ ।