ଖଇରା-୦୨/୦୭ : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ରଟିଣାସ୍ଥିତ ପିପି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାସ ରଞ୍ଜନ ନାୟକଙ୍କୁ ଗୁରୁବାର ଦିନ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପରିଚାଳନା କମିଟିର ସଭାପତି ହରେକୃଷ୍ଣ ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ପାଟଣା ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ଶ୍ରୀବସô ଅମ୍ବାସ୍ତା ମୁଖ୍ୟ ଅତିଥି, ପ୍ରାକ୍ତନ ଶିକ୍ଷକ ନେତା ଜିତେନ୍ଦ୍ର କୁମାର ବେହେରା ମୁଖ୍ୟବକ୍ତା, ମୋ ସ୍କୁଲ ଅଭିଯାନର ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତି,ସରପଞ୍ଚ ବାସନ୍ତୀଲତା ମହାନ୍ତି,ସମିତିସଭ୍ୟା ଛବିଲତା ମହାପାତ୍ର,ଓଷ୍ଟା ସମ୍ପାଦକ ଷଢାନନ ପାଣିଗ୍ରାହୀ,ଦିନବନ୍ଧୁ ଦାଶ,ଖଗପତି ଜେନା,ନାରାୟଣ ଲେଙ୍କା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ନିରଞ୍ଜନ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅତିଥି ମାନେ ବିଦାୟୀ ପ୍ରଧାନଶିକ୍ଷକଙ୍କ ଗୁଣ ଗାନ କରିବା ସହ ବର୍ତ୍ତମାନ ବିଦ୍ୟାଳୟରେ ଶିକ୍ଷକ ସମସ୍ୟାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ।