ଖଇରା-୦୨/୦୭ : -ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟକୁ ଏକ ବର୍ଷ ପୁରିବା ପରିପ୍ରେକ୍ଷୀରେ ମାବାପା ଶନିବାର ସକାଳେ ଲୁହାଭିଜା ନୟନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବାପା ଅଭିରାମ ମହାପାତ୍ର ହିନ୍ଦୁ ରୀତିନୀତିରେ ଖଇରା ବ୍ଲକ ଅଧୀନ ବେଗୁନିଆ ଗ୍ରାମରେ ପୁଅକୁ ଶ୍ରାଦ୍ଧ ଦେଇଥିବା ବେଳେ ମା ତୁଳସୀ ଓ ପରିବାର ଲେକେ ଲୁହ ଗଡାଇ ସ୍ମୃତିଚାରଣ କରିଥିଲେ । ଶ୍ରାଦ୍ଧ ଶେଷରେ ବାପା ଅଭିରାମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ରାଜ୍ୟର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରର ୧ନମ୍ବର ପ୍ରଧାନମନ୍ତ୍ରୀ ଙ୍କ ପାଖରେ ବାରମ୍ବାର ନ୍ୟାୟ ପ୍ରାର୍ଥନା କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ । ଜଗନ୍ନାଥ ଉପଯୁକ୍ତ ବିଚାର କରି ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବେ ବୋଲି କହିଛନ୍ତି । ପୁଅଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କ ଉପରେ ଚଡକ ପଡିବ ବୋଲି ମା ତୁଳସୀ କହିଛନ୍ତି । ୧ବର୍ଷ ତଳେ ପାରଳାଖେମୁଣ୍ଡିରେ ଏସିଏଫ ଭାବେ କାର୍ଯ୍ୟରତ ସୌମ୍ୟ ରଞ୍ଜନ ମହାପାତ୍ର ନିଆଁରେ ପୋଡି ହୋଇ ସନେ୍ଦହ ଜନକ ଭାବେ ମୃତୁ୍ୟବରଣ କରିଥିଲେ । ଏହାକୁ ପରିବାର ଲୋକେ ହତ୍ୟା ଘଟଣା ବୋଲି ଅଭିଯୋଗ ଆଣିବା ସହ ପତ୍ନୀ ବିଦ୍ୟାଭାରତୀ,ଡିଏଫଓ,ତକ୍ରାଳିନ ଜଙ୍ଗଲମନ୍ତ୍ରୀ ସଂପୃକ୍ତି ଥିବା ନେଇ ଅଭିଯୋଗ ଆଣିଥିଲେ ।