Odisha news

ପ୍ରେମ ପାଖରେ ହାର ମାନିଲା ଲକଡାଉନ କଟକଣା ଓ ଭାରତ ନେପାଳ ସୀମା ବିବାଦ : ବିଦେଶିନୀଙ୍କ ହାତ ଧରିଲେ କ୍ଷିରୋଦ

0

ଖଇରା,୧୦/୭)ପ୍ରେମ ର ଶକ୍ତି ଅସୀମ l କରୋନା ଲକଡାଉନ ର କଟକଣା ହେଉ କି ଭାରତ ନେପାଳ ସୀମା ବିବାଦ ହେଉ l ଏ ସବୁ କିନ୍ତୁ ଏକ ପ୍ରେମୀ ଯୁଗଳକୁ ସେମାନଙ୍କ ପ୍ରେମଠାରୁ ତାଙ୍କୁ ଅଲଗା କରି ପାରିନାହିଁ l ସବୁ ପ୍ରତିକୁଳ ପରିସ୍ଥିତି ସତ୍ବେ ସ୍ଥାନୀୟ ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କ ପ୍ରତ୍ୟକ୍ଷ ସହଯୋଗ ଶେଷରେ ଏହି ପ୍ରେମୀ ଯୁଗଳ ପରସ୍ପରକୁ ବିବାହ ବନ୍ଧନରେ ଆବଦ୍ଧ କରିଛି l ବାଲେଶ୍ବର ଜିଲା ଖଇରା ବ୍ଲକ ଗୋଳିହା ଗ୍ରାମର କ୍ଷିରୋଦ ସିଅ ବମ୍ବେରେ କାମ କରୁଥିବା ବେଳେ ଏକ ୨୩ ବର୍ଷୀୟ ନେପାଳୀ ଯୁବତୀ ପ୍ରଣିଚା ବିସ୍ତା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଏହି ଯୁବତୀ ଜଣକ ବମ୍ବେରେ କାର୍ଯ୍ୟ କରୁଥିବା ଭଉଣୀ ଭିଣୋଇ ନିକଟରେ ରହୁଥିଲେ l ମାର୍ଚ ମାସରେ ଲକ ଡାଉନ ପରେ କ୍ଷିରୋଦ ଘରକୁ ଆସିବାକୁ ବ୍ୟଗ୍ର ହୋଇଥିଲେ l ହେଲେ ନିଜର ପ୍ରେମିକଙ୍କୁ ନେଇ ଦୋଛକି ରେ ପଡି ଯାଇଥିଲେ l ମେ ମାସ ବେଳକୁ ଭାରତ ଓ ନେପାଳ ମଧ୍ୟରେ ସିମା ବିବାଦକୁ ନେଇ ତିକ୍ତତା ଆରମ୍ଭ ହୋଇ ଯିବା ପରେ କ୍ଷିରୋଦ ଅଡୁଆରେ ପଡି ଯାଇଥିଲେ l ପ୍ରଣିତାଙ୍କ ଭଉଣୀ ଭିଣୋଇ ନିଜ ଦେଶକୁ ପଳାଇ ଯାଇଥିଲେ ହେଁ ପ୍ରଣିତା କ୍ଷିରୋଦକୁ ଛାଡି ନଥିଲେ l

କ୍ଷିରୋଦ ମନକୁ ଦୃଢ କରି ପ୍ରଣିତାକୁ ସାଙ୍ଗରେ ଧରି ଗୋଳିହା ଗ୍ରାମକୁ ପଳାଇ ଆସିଥିଲେ ା ହେଲେ ବାହାରୁ ଅାସି ଥିବାରୁ ଘର ଲେକ ଘରକୁ ନେବାକୁ ସାହସ କରିନଥିଲେ l ସରପଞ୍ଚ ପୁଷ୍ପଲତା ଘଡେଇ ତାଙ୍କ ସ୍ବାମୀ ସମ୍ପଦ ସେମାନଙ୍କୁ ଅଭୟବାଣି ଶୁଣାଇ ସ୍ଥାନୀୟ ଗୋଳିହା ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଖାଇଥିଲେ ା ଶେଷରେ ଖଇରା ଆଇଆଇସି ଓ ବିଡିଓଙ୍କ ପରାମର୍ଶ କ୍ରମେ ଶୁକ୍ରବାର ସଙ୍ଗରୋଧ କେନ୍ଦ୍ର ସଂଲଗ୍ନ ଚଣ୍ଡି ମନ୍ଦିର ରେ ବିବାହ କାର୍ଯ୍ୟ ସମ୍ପଣ୍ଣ ହୋଇଛି ା ସରପଞ୍ଚ ଓ ତାଙ୍କ ସ୍ବାମୀ କନ୍ୟାଦାନ କରିବା ସହ ସରକାରଙ୍କ ଗାଇଡଲାଇନ ମୁତାବକ ଗ୍ରାମବାସୀଙ୍କୁ ଭୋଜି ଖୁଆଇଥିଲେ l ଉଭୟ କନ୍ଯା ବର ଖୁବ ଖୁସିଥିବା ଏହାର ଶ୍ରେୟ ସେମାନେ ସରପଞ୍ଚ ପୁଷ୍ପଲତା ଓ ତାଙ୍କ ସ୍ବାମୀ ସମ୍ପଦଙ୍କୁ ପ୍ରଦାନ କରିଛନ୍ତି l  ପଣ୍ଡିତ ନୃସିଂହ ଦ୍ବିବେଦୀ,ମନୋରଞ୍ଜନ ଶୁକ୍ଳ,ରାଧାକାନ୍ତ ମିଶ୍ର,ମଧୁସୂଦନ ପଣ୍ଡା ଙ୍କ ସମେତ ଭାଗିରଥି ଶିଅ,ରାମଚନ୍ଦ୍ର ବାରିକ ପ୍ରମୁଖ ବିବାହ ସମ୍ପଣ୍ଣରେ ସହଯୋଗ କରିଥିଲେ

Leave A Reply