Odisha news

୧୦ଜଣ ଦିବ୍ୟାଙ୍ଗଙ୍କୁ ମନ୍ତ୍ରୀ ବାଣ୍ଟିଲେ ଟ୍ରାଇ ସାଇକେଲ

0

ଖଇରା-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ୧୦ଜଣ ଦିବ୍ୟାଙ୍ଗଙ୍କୁ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶୁକ୍ରବାରଦିନ ବ୍ଲକ ପରିସରରେ ଅତ୍ୟାଧୁନିକ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ବଣ୍ଟନ କରିଛନ୍ତି । ବିଡ଼ିଓ ପର୍ଶୁରାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସରକାରଙ୍କ ଏହି ଯୋଜନାକୁ ଉଚ୍ଚପ୍ରଶଂସା କରିଛନ୍ତି । ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ,ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସାଂସଦଙ୍କ ପ୍ରତିନିଧି ରାଜେନ୍ଦ୍ର ଦାସ,ଜିଲ୍ଲା ପରିଷଦ ସଭ୍ୟା ଜୟନ୍ତୀ ମହଲା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସାଲିମା ରାଉତ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Leave A Reply