ଖଇର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ଗୋଳିହା ଗ୍ରାମରେ ପ୍ରଥମ ପତ୍ନୀଙ୍କୁ ଧାରୁଆ କତାରେ ହାଣିବା ଅଭିଯୋଗରେ ଖଇରା ଥାନା ଏସଆଇ ବିଶ୍ୱମ୍ବର ଚକ୍ରବର୍ତ୍ତୀ ଆକ୍ରମଣକାରୀ ସ୍ୱାମୀ ପ୍ରଭାତ ଦାସଙ୍କୁ ଗରିଫକରି ସୋମବାର କୋର୍ଟ ଚାଲାଣ କରିଛନ୍ତି ।
ପ୍ରଥମ ପତ୍ନୀ ମଧୂମିତା ଦାସଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ନିଶାଶକ୍ତ ହୋଇ ଅନେକ ସମୟରେ ତାଙ୍କୁ ମାରଧର କରନ୍ତି । ରବିବାର ଜୋର ମାରପିଟ କରିବା ପରେ ସେ ଓ ତାଙ୍କର ୨ ସନ୍ତାନ ଏହାର ପ୍ରତିବାଦ କରିଥିଲା ।
ଏଥିରେ କ୍ରୋଧିତ ହୋଇ ପ୍ରଭାତଙ୍କ ଦ୍ୱିତୀୟ ପତ୍ନୀ ,ବାପା ଓ ଭାଇଙ୍କ ସହ ମିଶି ତାଙ୍କୁ ଧାରୁଆ କତାରେ ଆକ୍ରମଣ କରିଥିଲେ । ଗ୍ରାମବାସୀଙ୍କ ସହାୟତା ରେ ମଧୁମିତାଙ୍କୁ ଚିକିତ୍ସା ପାଇଁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା । ଖଇରା ପୋଲିସ ଏକ ମାମଲା(୧୩୬/୨୦) ରୁଜୁ କରି ପ୍ରାଥମିକ ତଦନ୍ତ ପରେ ସ୍ୱାମୀ ପ୍ରଭାତ ଦାସଙ୍କୁ ରବିବାର ସନ୍ଧ୍ୟାରେ ଗିରଫ କରିଥିଲା ।
