ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହେବା ପରେ ବ୍ଲକର ଅନ୍ୟ କର୍ମଚାରୀ ଓ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅଧିକାରୀ ଜଣକ ସଂକ୍ରମିତ ହେବାର ୬୦ଘଣ୍ଟା ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।
ଓଡିଶାର ଅନ୍ୟ ସ୍ଥାନ ମାନଙ୍କରେ ତହସିଲ,ବ୍ଲକ,ମୁ୍ୟନିସପାଲଟି ଗୁଡିକରେ କର୍ମଚାରୀ ସଂକ୍ରମିତ ହେବା ମାତ୍ରେ କଡା ପଦକ୍ଷେପ ନିଆଯାଉଥିଲେ ହେଁ ଏ ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ ଘୋଷଣା କରାନଯିବା ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏଭଳିକି ସୋମବାର ଦିନ ଜନସାଧାରଣଙ୍କ ଯାତାୟତ ପୂର୍ବଭଳି ଚାଲୁ ରହିଥିବା ବେଳେ ବ୍ଲକ କର୍ମଚାରୀ ମାନଙ୍କ ବୈଠକ ମଧ୍ୟ ପୂର୍ବଭଳି ଚାଲୁ ରହିଛି । ଏ ସମ୍ପର୍କରେ ବିଡିଓ ଦେବେନ୍ଦ୍ର ବଳଙ୍କୁ ପଚାରିବାରେ ବ୍ଲକ ବନ୍ଦ କରାଯିବା ସମ୍ଭବ ନୁହେଁ । ଖୁବଶୀଘ୍ର ବିଶୋଧନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ।
