Odisha news

ଗୋଟିଏ ଗ୍ଲାସ କେଶର ଯୁକ୍ତ ପାଣି ଶରୀର ପାଇଁ ରାମବାଣ ସଦୃଶ

0
ଆମେ ନିଜର ଦିନର ଆରମ୍ଭ ସକାଳ ଚାରୁ ପ୍ରାୟତଃ କରିଥାଉ , ସକାଳୁ ଗୋଟିଏ ଗ୍ଲାସ ଚା କିମ୍ବା କଫି ସେବନ ଦ୍ୱାରା ଆମକୁ ଫ୍ରେସ ଲାଗିଥାଏ l ଆମ ସମସ୍ତଙ୍କର ଧାରଣା ରହିଛି ଯେ ଯଦି ଆମେ ଦିନର ଆରମ୍ଭ ଠିକ ଭାବରେ କରିବା ତେବେ ଆମ ପୁରା ଦିନଟି ସମ୍ପୂର୍ଣ ଭଲରେ କଟିବ ଏବଂ ସାରା ଦିନଟି ପଜିଟିଭ ଫିଲିଙ୍ଗସ ରହିବ l କିନ୍ତୁ ଯେଉଁ ବ୍ୟକ୍ତିମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ଅଟନ୍ତି , ସେମାନେ ସକାଳୁ ଉଠି ଗୋଟିଏ ଗ୍ଲାସ ଉଷୁମ ପାଣି ସେବନ କରନ୍ତି l ଆଉକିଛି ଲୋକ ଉଷୁମ ପାଣିରେ ସାମାନ୍ୟ ଲେମ୍ବୁ ଓ ମହୁ ମିଶାଇ ସେବନ କରନ୍ତି l ଏହା ଚା କିମ୍ବା କଫି ତୁଳନାରେ ଅନେକ ହିତକର l
ସକାଳୁ ଯେତେବେଳେ ଆପଣ ଉଠୁ ଉଠୁ ଚା କିମ୍ବା କଫି ସେବନ କରି ଥାଆନ୍ତି ଏହାଦ୍ୱାରା କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଦେଖାଦେଇ ଥାଏ l ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କେଶର ଯୁକ୍ତ ପାଣି ସକାଳୁ ସେବନ କରିବା ଦ୍ୱାରା କି ଲାଭ ମିଳୁଛି ତାହା ଦର୍ଶା ଯାଇଥିଲା l କେଶର କୁ ମସଲା ମାନଙ୍କର ରାଣୀ ବୋଲି କୁହାଯାଇ ଥାଏ l କେଶର ଅନେକ ଗୁଡିଏ ପୋଷାକ ତତ୍ତ୍ୱରେ ଭରପୁର ଅଟେ l
– କେଶର ରେ ରହିଥିବା ପୋଷାକ ତତ୍ୱ ଗୁଡିକ ହେଲା ପ୍ରୋଟିନ, କ୍ୟାଲସିୟମ, ଫାଇବ, ମାଙ୍ଗାନିଜ, ପୋଟାସିୟମ, ଭିଟାମିନ ଏ, ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ l ତେଣୁ ଏହାର ପାଣିକୁ ନିୟମିତ ସେବନ ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ l
କେଶର ପାଣି ସେବନ କରିବାର ସ୍ୱାସ୍ଥ୍ୟଗତ ଲାଭ -:
– ଆପଣ ସକାଳୁ ଉଠିବା ମାତ୍ରକେ କେଶର ଯୁକ୍ତ ପାଣି ସେବନ କରି ସାରିବା ପରେ ମଧ୍ୟ ଚା କିମ୍ବା କଫି ସେବନ କରିପାରିବେ l ଏହା ଆପଣଙ୍କ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିବ l ଆୟୁର୍ବେଦ ଅନୁସାରେ କେଶର ପାଣି ଫ୍ୟାଟ ଲସ କରିବାର ଗୋଟିଏ ଭଲ ମାଧ୍ୟମ ଅଟେ l ଏହାଛଡା ଆପଣ ଏହାକୁ ସେବନ କଲେ ଦିନ ସାରା ଏନରଜେଟୀକ ଅନୁଭବ କରିବେ l ଏହା ଆପଣଙ୍କ ମନକୁ ସତେଜ ରଖିବା ସହ ପ୍ରଫୁଲ୍ଲିତ ରଖିବ l
– ଯଦି ମହିଳାମାନେ ଋତୁସ୍ରାବ ଜନିତ ଅନିୟମିତତା ର ସମ୍ମୁଖୀନ ହେଉଛନ୍ତି, ତେବେ ପ୍ରତିଦିନ କେଶର ଯୁକ୍ତ ପାଣି ସେବନ କରନ୍ତୁ l ଏହାଛଡା ଋତୁସ୍ରାବ ସମୟରେ ପେଟ ଯନ୍ତ୍ରଣା, ଅଣ୍ଟା ବିନ୍ଧା ସମସ୍ୟା ଦୂର ହୋଇଥାଏ l ମହିଳାମାନଙ୍କ ଫର୍ଟିଲିଟି ସମସ୍ୟା ମଧ୍ୟ ଠିକ ହୋଇଥାଏ l
– ଶୀତଋତୁ ରେ ଅନେକ ଲୋକେ କେଶ ଝାଡ଼ିବା ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି l ଯଦି ଆପଣ ୧ମାସ ପର୍ଯ୍ୟନ୍ତ ନିୟମିତ ଭାବରେ କେଶର ପାଣି ସେବନ କରିବେ ତେବେ ଖୁବ ଚମତ୍କାର ଲାଭ ମିଳିବ l କେଶର ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ କେଶ କୁ ଘନ କରିଥାଏ l କେଶର ସେବନ ଦ୍ୱାରା କେଶ ମୂଳ ମଜବୁତ ହୋଇଥାଏ l
– ମାନସିକ ଚାପ ଚିନ୍ତା , ଡିପ୍ରେସନ ଓ ଉତେଜନା ସମସ୍ୟା ରହିଥାଏ ବ୍ୟକ୍ତିଙ୍କୁ ନିୟମିତ କେଶର ଯୁକ୍ତ ପାଣି ସେବନ କରିବାକୁ ଦେବା ଜରୁରୀ l କେଶର ପାଣିରେ ମାନସିକ ଉତେଜନା ଦୂର ହୋଇ ମନ ସ୍ଥିର ରହିଥାଏ l
– କେଶର ପାଣି ଶରୀରରେ ଗୁଡ଼ ହର୍ମୋନ ସିକ୍ରେସନ କରାଇଥାଏ l ଏହାଛଡା ହର୍ମୋନ ମଧ୍ୟ ସନ୍ତୁଳିତ ରହିଥାଏ , ମନକୁ ପଜିଟିଭ ଏନର୍ଜି ରେ ଭରି ଦେଇଥିବା କାରଣରୁ ନିୟମିତ ସାମାନ୍ୟ କେଶର କୁ ଗୋଟିଏ କପ ପାଣିରେ ଫୁଟାଇ ଉଷୁମ ଉଷୁମ ସେବନ କରନ୍ତୁ l
Leave A Reply