Odisha news

ଡେଙ୍ଗୁ ପାଇଁ କେନ୍ଦୁଝର ଜିଲ୍ଲାରେ ଆତଙ୍କ ୩୯ ପଜିଟିଭ ଜୁରୁଡିରେ ୨୭ପଜିଟିଭ ଚିହ୍ନଟ 

0
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ମୋଟ୯୧୯ ଜଣଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩୯ଜଣ ପଜିଟିଭଚିହ୍ନଟ ହୋଇଛି। ଏହି ରୋଗିଙ୍କ ମଧ୍ୟରୁ ୧୦ ଜଣ ଭୁବନେଶ୍ୱର ଫେରନ୍ତା ହୋଇଥିବା ବେଳେ ଜଣେ ବେଙ୍ଗାଳୁରୁ ଫେରନ୍ତା ଓ ଆଉଜଣେ କଇରଇବଉରଉରଉ ସଂକ୍ରମିତ ହୋଇଥିବା ଜଣାପଡିଛି। ଯଦିଓ କେନ୍ଦୁଝର ଜିଲ୍ଲାରେ ଏହି ଡେଙ୍ଗୁ ଏବେ ଆତଙ୍କର କାରଣ ହୋଇନାହିଁ ମାତ୍ର ଅଧିକ ଅବହେଳା କଲେ ଏହା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗରୁ ସତର୍କ କରାଯାଇଛି। ଉପଯୁକ୍ତ ସମୟ ରେ ମଶାରୀ ବଣ୍ଟନ ଓ ଗାଡ଼ିଟି ସିଞ୍ଚନ ହୋଇନଥିବା କାରଣରୁ ଏପରି ମଶା ବଂଶ ବୃଦ୍ଧି ହୋଇଥିବା ଜଣାଯାଇଛି। ଆଦିବାସୀ ଅଞ୍ଚଳରେ ମାଗଣାରେ ମଶାରୀ ବଣ୍ଟନ କରାଯାଉଥିବା ବେଳେ ଗର୍ଭବତୀ ଏବଂ ଆଦିବାସୀ ସ୍କୁଲ, ଅନାଥାଶ୍ରମରେ ରହୁଥିବା ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟ ମଶାରୀ ବଣ୍ଟନ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା କୁହାଯାଉଥିଲେ ହେଁ ପ୍ରକୃତରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମଶାରୀ ଦିଆଯାଉନଥିବା ଅନୁସନ୍ଧାନରୁ ଜଣା ପଡ଼ିଛି।‌ ଚଳିତ ବର୍ଷ କୌଣସି ଠାରେ ଔଷଧ ଯୁକ୍ତ ମଶାରୀ ବଣ୍ଟନ କରାଯାଇ ନାହିଁ କି ଡିଡିଟି ସିଞ୍ଚନ ମଧ୍ୟ କରାଯାଇନଥିବା ଜଣାପଡିଛି। ଫଳରେ ସହର ସମେତ ଗ୍ରାମାଞ୍ଚଳରେ ମଶାବଂଶ ଅହେତୁକ ଭାବେ ବୃଦ୍ଧି ଘଟୁଛି ‌। ଏହି ଅନୁପାତରେ କେବଳ ଡେଙ୍ଗୁ ନୁହେଁ, ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ନଦେଲେ ପରିସ୍ଥିତି ଅଣାୟତ୍ତ ହେବା ଆଶଙ୍କାକୁ ଅସ୍ବୀକାର କରାଯାଇନପାରେ।
Ad2
Leave A Reply