Odisha news

ଶ୍ରମଜୀବୀ ଙ୍କ ଗଣ ବିକ୍ଷୋଭ।   

0
ଦଶପଲ୍ଲା  :     ସି ଆଇ ଟି ୟୁ ନେତୃତ୍ୱରେ ଏକ ଶ୍ରମିକ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ଆଶା କର୍ମୀ ଆସୋସିଏସନ୍ ଓ ଓଡ଼ିଶା ମଧ୍ୟାନ ଭୋଜନ ପାଚିକା ସଂଘ ର ଶତାଧିକ କର୍ମୀ  ଏକ ଶୋଭାଯାତ୍ରାରେ ଦଶପଲ୍ଲା ବଜାର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚିଲା ପରେ ତହସିଲ ଅଫିସ୍ ସମ୍ମୁଖରେ ଜୟନ୍ତୀ ଦାସଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସିଆଇ ଟି ୟୁ ନେତା ଶରତ ଚନ୍ଦ୍ର ବେହେରା ଓ ସସ୍ମିତା ପଟ୍ଟନାୟକ ପ୍ରମୁଖ ଶ୍ରମିକ ମାନଙ୍କ ଦାବି ଉପରେ ବକ୍ତବ୍ୟ ରଖିଥିଲେ ଓ ଏହାପରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଂକ ଦ୍ଵାରା ଗୃହୀତ ୧୪ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଙ୍କ ଜରିଆରେ ଭାରତ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ଶ୍ରମିକ ବିରୋଧୀ ଚାରି ଗୋଟି ଶ୍ରମ କୋଡ ବାତିଲ କରିବା, ଆଶା,ପାଚିକା ,ଅଙ୍ଗନୱାଡ଼ି ଭଳି ସ୍କିମ୍ ଶ୍ରମିକ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହିତ ଉପଯୁକ୍ତ ପ୍ରାପ୍ୟ ଅନ୍ୟୁନ ମାସିକ ୨୬ହଜାର ଟଙ୍କା ପ୍ରଦାନ କରିବ ଓ ଅବସର ପରେ ଦଶ ହଜାର ଟଙ୍କା ପେନସନ , ଏମ ଜି ଏନ ଆର୍ ଇ ଜି ଏ ରେ ଦୁଇଶହ ଦିନ କାମ ଓ ଦୈନିକ ୬୦୦ ଟଙ୍କା ମଜୁରୀ ବ୍ୟବସ୍ଥା, ସଂଯୁକ୍ତ କିଶନ ମୋର୍ଚ୍ଚାର ୬ଟି ଦାବି ,ଦରଦାମ ନିୟନ୍ତ୍ରଣ ଏବଂ ମହିଳାଙ୍କ ଉପରେ ନିର୍ଯ୍ୟାତନା ଭଳି ଦଗୁଡ଼ିକୁ ଉପସ୍ଥାପନ କର ଯାଇଥିଲା।
Ad2
Leave A Reply