Odisha news

କୁଆଖାଇ ରୁ ମିଳିଲା ହିମାଂଶୁ ଙ୍କ ମୃତ ଦେହ

0
ବାରଙ୍ଗ: ଦେବୀଦ୍ୱାରଠାରେ ମହାନଦୀରେ ବୁଡ଼ିଯାଇଥିବା ଯୁବକର ମୃତ ଦେହ ଗୁରୁବାର ସକାଳେ ବାରଙ୍ଗ କୁଆଖାଇ ବ୍ରିଜତଳୁ ଉଦ୍ଧାର ହୋଇଛି।
ବାଙ୍କୀଥାନା ଅନ୍ତର୍ଗତ ଗୟଳବାଙ୍କଗ୍ରାମର ହିମାଂଶୁ ଭୁଷଣ ମହାପାତ୍ର (୪୧) ବର୍ଷ ମଙ୍ଗଳବାର ଦିନ ଦେବୀଦ୍ୱାର ଠାରେ ମହାନଦୀରେ ଗାଧୋଉ ଥିବାବେଳେ  ଗୋଡ ଖସି ଯିବାରୁ ଭାସି ଯାଇଥିଲେ ।ନଦୀରେ ପାଣିର ସ୍ରୋତ ଥିବାରୁ ସେ ଭାସି ଯାଇଥିଲେ।ଆଜି ତାଙ୍କ ମୃତଦେହକୁ ବାରଙ୍ଗ ଅଗ୍ନି ଶମ କର୍ମଚାରୀମାନେ
 ନରଣପୁରବାଲିଘାଟ ପାଖ କୁଆଖାଇନଦୀପଠାରେ ଲାଗିଥିବା ବେଳେ ଉଦ୍ଧାର କରାଯାଇଛି ।ଆଜି ସକାଳେ ମୃତଦେହଟିକୁ ଦେଖି   ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ।ପୋଲିସ ପହଁଚି ମୃତ ଯୁବକର ପରିବାରକୁ ଖବର ଦେଇଥିଲେ।ପରିବାର ଲୋକ ଗୟଳବାଙ୍କରୁ ଆସି ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ ଚିହ୍ନଟ କରିଥିଲେ ।ପୋଲିସ ୭/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି  ମୃତଦେହକୁ ଜବତ କରି  ବ୍ୟବଛେଦ ପାଇଁ ପଠାଇଛି।
IEC 2 years
Leave A Reply